Masthead

ନିଆଁରେ ବି ନିଆରା ଅପରେସନ୍

ନୂଆଦିଲ୍ଲୀ (ବଡ଼ ଖବର ): ନିଆଁ ଲାଗିବା ସତ୍ତ୍ବେ ବି ଅପରେସନ କରି ଜୀବନ ବଞ୍ଚାଇଲେ ଡାକ୍ତର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଋଷର ବ୍ଲାଗୋଭେଚେନ୍ସ ସହରରେ । ନିଜ ଜୀବନକୁ ଖାତିର ନକରି ହସ୍ପିଟାଲରେ ନିଆଁ ଲାଗିଥିବା ସମୟରେ ଡାକ୍ତରମାନେ ଜଣେ ରୋଗୀର ଅପରେସନ୍ କରିଥିଲେ । ଶେଷରେ ରୋଗୀର ଜୀବନ ମଧ୍ୟ ବଞ୍ଚାଇଥିଲେ । ସୂଚନା ଅନୁସାରେ, ଯେତେବେଳେ ଡାକ୍ତରଙ୍କ ଟିମ ହାର୍ଟ ସର୍ଜରୀ କରୁଥିଲେ ଠିକ ସେହି ସମୟରେ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଏହା ସତ୍ତ୍ବେ  ଡାକ୍ତରମାନେ ଅପରେସନ୍ ଜାରି ରଖିଥିଲେ । ରୋଗୀର ଜୀବନ ମଧ୍ୟ ରକ୍ଷା କରିଥିଲେ। ଡାକ୍ତରଙ୍କ ଏହିଭଳି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଶୁକ୍ରବାର ଦିନ ସରିଷ୍ଟ ଏରା ହସ୍ପିଟାଲରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଅତିକମରେ ଦୁଇ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ଅପରେସନ୍ ରୁମରୁ ଧୂଆଁ ବାହାର କରିବା ପାଇଁ ଏକ ଫ୍ୟାନ୍ ବ୍ୟବହାର କରିଥିଲେ । ସେଥିରେ ବିଦ୍ୟୁତ୍ ଯୋଗାଣ ଚାଲୁ ରଖିବା ପାଇଁ ଏକ ପୃଥକ କେବୁଲ୍ ଟାଣିଥିଲେ । ଏହି ସମୟରେ ଡାକ୍ତରଙ୍କ ଟିମ ନିଜ ଜୀବନକୁ ଖାତିର ନକରି ଅପରେସନ୍ ଜାରି ରଖିଥିଲେ।

ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି, ଅଗ୍ନିକାଣ୍ଡ ସମୟରେ ଆଠ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍ ଦୁଇ ଘଣ୍ଟା ମଧ୍ୟରେ ଅପରେସନ୍ ଶେଷ କରିଛନ୍ତି। ଅପରେସନ୍ ଶେଷ ହେବା ପରେ ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ଅନ୍ୟ ୧୨୮ ଜଣଙ୍କୁ ତୁରନ୍ତ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହିତ ସ୍ଥାନୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସର୍ଜନ ଭାଲେଣ୍ଟାଇନ୍ ଫିଲାଟୋଭ କହିଛନ୍ତି, ଏହା ବ୍ୟତୀତ ଆମେ କିଛି କରିପାରିବୁ ନାହିଁ । ଆମକୁ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ପଡିଲା । ଆମେ ଉଚ୍ଚ ସ୍ତରରେ ସବୁକିଛି କରିଥିଲୁ । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି, ଯେଉଁ କ୍ଲିନିକରେ ନିଆଁ ଲାଗିଥିଲା ତାହା ଏକ ପୁରାତନ କୋଠା। ଏହା ୧୯୦୭ ରେ ନିର୍ମିତ ହୋଇଥିଲା । ମନ୍ତ୍ରଣାଳୟ କହିଛି, ନିଆଁ ବିଜୁଳି ପରି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆଘାତ ହେବାର ଖବର ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ