Masthead

ନିଆଁରେ ବି ନିଆରା ଅପରେସନ୍

ନୂଆଦିଲ୍ଲୀ (ବଡ଼ ଖବର ): ନିଆଁ ଲାଗିବା ସତ୍ତ୍ବେ ବି ଅପରେସନ କରି ଜୀବନ ବଞ୍ଚାଇଲେ ଡାକ୍ତର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଋଷର ବ୍ଲାଗୋଭେଚେନ୍ସ ସହରରେ । ନିଜ ଜୀବନକୁ ଖାତିର ନକରି ହସ୍ପିଟାଲରେ ନିଆଁ ଲାଗିଥିବା ସମୟରେ ଡାକ୍ତରମାନେ ଜଣେ ରୋଗୀର ଅପରେସନ୍ କରିଥିଲେ । ଶେଷରେ ରୋଗୀର ଜୀବନ ମଧ୍ୟ ବଞ୍ଚାଇଥିଲେ । ସୂଚନା ଅନୁସାରେ, ଯେତେବେଳେ ଡାକ୍ତରଙ୍କ ଟିମ ହାର୍ଟ ସର୍ଜରୀ କରୁଥିଲେ ଠିକ ସେହି ସମୟରେ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଏହା ସତ୍ତ୍ବେ  ଡାକ୍ତରମାନେ ଅପରେସନ୍ ଜାରି ରଖିଥିଲେ । ରୋଗୀର ଜୀବନ ମଧ୍ୟ ରକ୍ଷା କରିଥିଲେ। ଡାକ୍ତରଙ୍କ ଏହିଭଳି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଶୁକ୍ରବାର ଦିନ ସରିଷ୍ଟ ଏରା ହସ୍ପିଟାଲରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଅତିକମରେ ଦୁଇ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ଅପରେସନ୍ ରୁମରୁ ଧୂଆଁ ବାହାର କରିବା ପାଇଁ ଏକ ଫ୍ୟାନ୍ ବ୍ୟବହାର କରିଥିଲେ । ସେଥିରେ ବିଦ୍ୟୁତ୍ ଯୋଗାଣ ଚାଲୁ ରଖିବା ପାଇଁ ଏକ ପୃଥକ କେବୁଲ୍ ଟାଣିଥିଲେ । ଏହି ସମୟରେ ଡାକ୍ତରଙ୍କ ଟିମ ନିଜ ଜୀବନକୁ ଖାତିର ନକରି ଅପରେସନ୍ ଜାରି ରଖିଥିଲେ।

ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି, ଅଗ୍ନିକାଣ୍ଡ ସମୟରେ ଆଠ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍ ଦୁଇ ଘଣ୍ଟା ମଧ୍ୟରେ ଅପରେସନ୍ ଶେଷ କରିଛନ୍ତି। ଅପରେସନ୍ ଶେଷ ହେବା ପରେ ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ଅନ୍ୟ ୧୨୮ ଜଣଙ୍କୁ ତୁରନ୍ତ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହିତ ସ୍ଥାନୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସର୍ଜନ ଭାଲେଣ୍ଟାଇନ୍ ଫିଲାଟୋଭ କହିଛନ୍ତି, ଏହା ବ୍ୟତୀତ ଆମେ କିଛି କରିପାରିବୁ ନାହିଁ । ଆମକୁ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ପଡିଲା । ଆମେ ଉଚ୍ଚ ସ୍ତରରେ ସବୁକିଛି କରିଥିଲୁ । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି, ଯେଉଁ କ୍ଲିନିକରେ ନିଆଁ ଲାଗିଥିଲା ତାହା ଏକ ପୁରାତନ କୋଠା। ଏହା ୧୯୦୭ ରେ ନିର୍ମିତ ହୋଇଥିଲା । ମନ୍ତ୍ରଣାଳୟ କହିଛି, ନିଆଁ ବିଜୁଳି ପରି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆଘାତ ହେବାର ଖବର ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା