Masthead

ବାଉଳାରେ ଦେଲେ ଡବଲ ଡୋଜ

କାନପୁର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରକୁ ନେଇ ସାରା ବିଶ୍ୱରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଥିରୁ ଭାରତ ମଧ୍ୟ ବାଦ ପଡ଼ିନାହିଁ । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେମାନେ ନେଉଛନ୍ତି ଟିକା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୟୁପି କାନପୁରର ଜଣେ ଏଏନଏମ ମହିଳାଙ୍କୁ ଗୋଟିଏ ପରିବର୍ତ୍ତେ ଦୁଇ ଥର ଟିକା ଲଗାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କାନପୁର ଗ୍ରାମାଞ୍ଚଳର ମାଡୋଲି ସିଏଚସିରେ କରୋନା ଟିକା ଦିଆଯାଉଥିଲା। କମଲେଶ ଦେବୀ ନାମକ ଜଣେ ମହିଳା କରୋନା ଟିକା ନେବା ପାଇଁ ସେଠାରେ ପହଂଚିଥିଲେ । ଏହି ସମୟରେ ନର୍ସ ଜଣକ ଫୋନରେ ବହୁତ ବ୍ୟସ୍ତ ଥିଲେ। ଫୋନରେ କଥା ହେଉଥିବା ଏଏନଏମ କମଲେଶ ଦେବୀଙ୍କୁ ଗୋଟିଏ ବଦଳରେ ଦୁଇଥର କରୋନା ଟିକା ଲଗାଇଥିଲେ। ମହିଳା ଜଣକ ଏଏନଏମଙ୍କୁ ଏହି କଥାକୁ କହିବାରୁ ସେ ଭୁଲ ସ୍ବୀକାର କରିଥିଲେ। ପରେ ମହିଳାଙ୍କ ପରିବାର ସଦସ୍ୟ ଏହା ଜାଣିବା ମାତ୍ରେ ସେମାନେ ହସ୍ପିଟାଲରେ ଊତ୍ତେଜନା ସୃଷ୍ଟି କରିଥିଲେ ।

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବା ସହ ମାମଲାକୁ ଶାନ୍ତ କରାଇଥିଲେ। ଏହାକୁ ନେଇ କମଲେଶ ଦେବୀଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ମାଆଙ୍କ ଅବସ୍ଥା ଭଲ ଅଛି। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ । କିନ୍ତୁ ତାଙ୍କ ହାତ ବହୁତ ଫୁଲି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର