Masthead

ଟଙ୍କା ପାଇଁ ନୁହେଁ, ମାଛ ଚାଷ ପାଇଁ ହତ୍ୟା

ଲଇକେରା (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଧ୍ରୁବରାଜ ନାଏକ ହତ୍ୟା ମାମଲା । ମାଛଚାଷ ଲିଜକୁ କେନ୍ଦ୍ର କରି ହତ୍ୟା ସନ୍ଦେହ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାଏକଙ୍କ ହତ୍ୟାକାଣ୍ଡ ୧୦୦ ଟଙ୍କା ପାଇଁ ନୁହେଁ, ମାଛଚାଷ ଲିଜକୁ ନେଇ ହୋଇଛି ହତ୍ୟା । ଡ. ଧ୍ରୁବରାଜ ନାଏକଙ୍କ ତିନିଟି ପୋଖରୀ ଗାଁରେ ରହିଛି। ଏହି ପୋଖରୀକୁ ସେ ତିନି ବର୍ଷୀୟା ଲିଜ୍ ସୂତ୍ରରେ କୁମ୍ଵାରୀ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ।

ପୋଖରୀରୁ ସ୍ଥାନୀୟ ଲୋକେ ମାଛ ଚୋରି କରି ନେବାର ଅଭିଯୋଗ ହୋଇ ଆସୁଥିଲା। ଲିଜଧାରୀ ଏନେଇ ଡ. ଧ୍ରୁବରାଜ ନାଏକଙ୍କୁ ଜଣାଇବା ପରେ ମାଛ କିଏ ଚୋରି କରି ନେଉଛି ତାହା ଜାଣିବା ପାଇଁ ସେ ଜଗୁଆଳି ରଖିଥିଲେ। ଅଭିଯୁକ୍ତ ପ୍ରବୀଣ ଧୁରୁଆ ଏବଂ ଗାଁର ଅନ୍ୟ ଜଣେ ଯୁବକ ମିଶି ମାଛ ଚୋରି କରୁଥିବା ଜାଣିବା ପରେ ଲଇକେରା ଥାନାରେ ସଂପୃକ୍ତ ଲିକଧାରୀ ଏତଲା ଦେଇଥିଲେ। ଯାହାକୁ କେନ୍ଦ୍ର କରି ଜୁନ ୨ ତାରିଖରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ପରେ ସେମାନେ ଜାମିନରେ ଫେରିଥିଲେ। ହେଲେ ଜାମିନରେ ମୁକୁଳିବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ କରିବା ଏବଂ ମାଛଚାଷରୁ ସେମାନଙ୍କୁ ବଞ୍ଚିତ କରି ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କୁ ଏହି ସୁଯୋଗ ଦେଇଥିବାରୁ ଡ. ଧ୍ରୁବରାଜ ନାଏକଙ୍କ ପ୍ରତି ଅଭିଯୁକ୍ତମାନେ ରାଗ ରôଖଥିଲେ। ରବିବାର ଅଭିଯୁକ୍ତ ପ୍ରବୀଣ ଧୁରୁଆ ରାଗ ଶୁଝାଇବାକୁ ଯାଇ ଡ. ଧ୍ରୁବରାଜ ନାଏକଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା