Masthead

ଆଦାନୀ ସମ୍ପତ୍ତିର ଜାତୀୟକରଣ କରି ନିଲାମ କରାଯାଉ: ସୁବ୍ରମଣ୍ୟମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ସମ୍ପତ୍ତିଗୁଡ଼ିକୁ ଜାତୀୟକରଣ କରି ନିଲାମ କରାଯାଉ। ସେଥିରୁ ଯେଉଁ ଟଙ୍କା ମିଳିବ ତାହାକୁ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ବଣ୍ଟାଯାଉ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ବାମୀ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସାଧାରଣରେ ଏକ ଧାରଣା ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଲୁଚାଉଛନ୍ତି। ତେଣୁ ଏହି ଘଟଣାରେ ଦଣ୍ଡବିଧାନ କରିବା ସରକାରଙ୍କ କାମ ବୋଲି ସେ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୩-୨୪ ବଜେଟ୍ ସମ୍ପର୍କରେ ମତ ରଖି ସେ ତାହାକୁ ଏକ ଫମ୍ପା ବଜେଟ୍ ବୋଲି କହିଛନ୍ତି। ସରକାରଙ୍କ ଲକ୍ଷ୍ୟ କ’ଣ ତାହା ବଜେଟ୍‌କୁ ଦେଖିଲେ ଜଣାପଡ଼ୁନି। ବଜେଟ୍‌ରେ କୁହାଯାଇଛି ଯେ ଆସନ୍ତା ବର୍ଷ ଅଭିବୃଦ୍ଧି ୬.୫% ହେବ। ଯଦି ୨୦୧୯ରୁ ଆଜିପର୍ୟ୍ୟନ୍ତ ଅଭିବୃଦ୍ଧି ହାର ୩-୪ % ରହିଛି ତାହା ୬% କିଭଳି ହେବ? ବଜେଟ୍‌ରେ କୃଷି, ଶିଳ୍ପ କିମ୍ବା ସେବା କ୍ଷେତ୍ରକୁ ନିର୍ଦିଷ୍ଟ ଭାବେ ଅଗ୍ରାଧିକାର ଦିଆଯାଇନାହିଁ। ସରକାରଙ୍କ ରଣନୀତି କ’ଣ ବୁଝାପଡ଼ୁନି। ଯେତେବେଳେ ଚୀନ୍‌ ଆମକୁ ଡରାଉଛି ସେଭଳି ସମୟରେ ପ୍ରତିରକ୍ଷା ବ୍ୟୟବରାଦ ହ୍ରାସ କରାଯାଇଛି। କେଉଁଠାରୁ ସମ୍ବଳ ଆସିବ ତାହା ମଧ୍ୟ ସ୍ପଷ୍ଟ ହୋଇନି ବୋଲି ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର