Masthead

ଓଡ଼ିଶାକୁ ଆସୁଛି ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ ତେବେ ଆଗକୁ ଟିକା କରଣରେ ବାଧା ପ୍ରାପ୍ତ ହେବର ସମ୍ଭାବନା ରହିଛି । ସୋମବାର ୨ ଲକ୍ଷ ୬୩ ହଜାର ୪୧ ଟିକା କରଣ ହୋଇଛି । ପ୍ରତିଦିନ ୨ ଲକ୍ଷ ଟିକା କରଣର ଟାର୍ଗେଟ ରହିଥିଲା । ଏବେ ଏହା ବୃଦ୍ଧି ପାଇଛି । ୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲଡ଼ ଟିକା ମହଜୁଦ ଅଛି ।

ହିଟୱେଭ ପାଇଁ ଟିକା କରଣର ସମୟ ପରିବର୍ତ୍ତନ କରାଯାଇଛି । ସେକେଣ୍ଡ ୱେଭ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଏଥିରେ ଗୋଟିଏ ଆଶ୍ୱସ୍ତି କର କଥା ଯାହାକି ଡେଥ ରେଟ ନାହିଁ । କୋରନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଗଲେ । ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ । ଗାଇଡ଼ଲାଇନର ଅନୁପାଳନ କରନ୍ତୁ । ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବା ଟା ଭଲ ।

ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ କୁହାଯାଇଛି ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ । ମେଡ଼ିସିନ ଓ ବେଡ଼ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲାପାଳଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି। ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ କମିସନରଙ୍କୁ କୁହାଯାଇଛି ସ୍ଥିତି ଦେଖି ନିଷ୍ପତ୍ତି ନେବା ଲାଗି । ଯେଉଁଠି ଆବଶ୍ୟକ ପଡିବ ସେଠି ପଦକ୍ଷେପ ନିଆଯିବ । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟେଡ ଟେଷ୍ଟିଂ କରୁଛୁ । ଏବେ ଟେଷ୍ଟିଂ ଟିକିଏ କମ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ଆମେ ବଢ଼ାଇବୁ । ସୀମା ବର୍ତ୍ତି ଜିଲ୍ଲା ଗୁଡିକର ଲୋକମାନଙ୍କୁ ସଚେତନ କରାଯାଉଛି କାମ ନଥିଲେ ପଡୋଶୀ ରାଜ୍ୟକୁ ନ ଯିବା ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ