Masthead

ଲୁଟିନେଲେ ସରକାରୀ ଧନ

ଧର୍ମଶାଳା ( ବଡ଼ ଖବର ବ୍ୟୁରୋ): ସରକାରୀ ଧନ ହରିଲୁଟ । ସ୍କୁଲର ବିକାଶ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ଅଭିଯୋଗ। ଏଥିପ୍ରତି ନାହିଁ ସରକାରଙ୍କ ଧ୍ୟାନ । ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ସରକାର । ବାସ୍ତବରେ କାମ ବଦଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରାଯାଉଛି । ଅଭିଯୋଗ କଲେ ମିଳୁନି କିଛି ସୁଫଳ । ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରୁଛନ୍ତି ତଳିଆ ରାଜନୈତିକ ବାବୁମାନେ । କରୋନା ସମୟରେ ପ୍ରବାସୀଙ୍କ ପାଇଁ କାମ ଯୋଗାଇବା ଲକ୍ଷ ନେଇ ସ୍ଥାନୀୟ ଲୋକମାନେ କାମ କରି ପରିବାର ପ୍ରତିପୋଷଣ କରିବେ। ହେଲା ଏଠାରେ ଚିତ୍ର ଅଲଗା । ଲୋକ କାମ କରିବା ବଦଳରେ କିଛି ରାଜନୈତିକ ବ୍ୟକ୍ତି ମେସିନ ଲଗାଇ କାମ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ଗ୍ରାମରେ ।

୨୦୨୦-୨୧ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ଏହି ଗ୍ରାମର ଉଦୟବଟ ବିଦ୍ୟାଳୟର ଖେଳ ପଡ଼ିଆ ଉନ୍ନତିକରଣ ନିମନ୍ତେ ୨ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ମେସିନରେ କାମ କରୁଥିବା ବେଳେ ମାଟି ବଦଳରେ ନଦୀ ବାଲି ଆଣି କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭିତରେ ବାଲି ଉପରେ ମାଟି ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହରିଲୁଟ କରିନେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ କଲେ ନାନା ପ୍ରକାର ଧମକ ମିଳୁଛି । ଅନ୍ୟପଟେ କରୋନା ସମୟରେ କାମ ନ ପାଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଯଦି ଏଭଳି କାମ ଆଗକୁ ଚାଲେ ଲୋକେ କାହା ଉପରେ ବିଶ୍ୱାସ କରିବେ । ଏହି ଅଂଚଳ ପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା! 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା!