Masthead

ସୁଶାନ୍ତଙ୍କ ବାୟୋପିକକୁ ନେଇ ଆସିୁଛି ଫିଲ୍ମ

ମୁୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୁଶାନ୍ତଙ୍କ ବାୟୋପିକକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି । ଫେମସ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ସବୁବେଳେ ବାସ୍ତବ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରନ୍ତି । ତାଙ୍କର ସବୁ ଫିଲ୍ମରେ କିଛି ନା କିଛି ପ୍ରକୃତ ଘଟଣା ଦେଖିବାକୁ ମିଳେ । ଇତିମଧ୍ୟରେ ରାମ ଗୋପାଲଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ ନିର୍ମାଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏସଆରଏସଙ୍କ ଦେହାନ୍ତ ହେବାର କିଛି ସମୟ ପରେ ଅନେକ ନିର୍ମାତା ଅଭିନେତାଙ୍କ ବାୟୋପିକ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ। ହେଲେ ଏଯାବତ କୌଣସି ସଠିକ୍ ଘୋଷଣା ହୋଇନାହିଁ । ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ସେ ଫିଲ୍ମରେ କଣ ସାମିଲ କରିବେ । ଡ୍ରଗ୍ ଟ୍ରାଏଲ୍, ରାଜନୈତିକ ପାୱାର ପ୍ଲେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜନୀତି ଏବଂ ଏହି ମାମଲାରେ ଲାଗିଥିବା ସିବିଆଇ ଅନୁସନ୍ଧାନ ନା ଆଉ କିଛି ।

ଏହାର ଜବାବରେ ସେ କହିଥିଲେ, ‘ଏହା ହୋଇପାରେ, କିମ୍ବା ଏହା ନ ବି ହୋଇପାରେ। ମତେ ଅନେକ ଜିନିଷ ବାଛିବାକୁ ଅଛି। ମୁଁ ଭାବୁଛି ମୁଁ ଏହାକୁ ଫିଲ୍ମରେ ସାମିଲ କରିପାରିବି ।’ ହେଲେ ଏଯାବତ ସେ ଫିଲ୍ମକୁ ନେଇ ଅଧିକାରୀ ଘୋଷଣା କରିନାହାଁନ୍ତି I  ଗତ ବର୍ଷ ଜୁନ ୧୪ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ତାଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସରେ ଏଯାବତ ଯାଞ୍ଚ କରୁଛି ଏନସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ