Masthead

୩ଲକ୍ଷ ଡୋଜ ନଷ୍ଟ

ପାଟନା(ବଡ଼ ଖବର ବ୍ୟୁରୋ): ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କରୋନା ଟିକା ଯୋଗାଣ ମଧ୍ୟ ବୃଦ୍ଧି କରାଯାଉଛି । ଏଭଳି ପରିସ୍ଥିତିରେ ବିହାରର ପାଟନା ବିମାନ ବନ୍ଦରରୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ । ଏକ ବସରେ ଆସିଥିବା ପାଖାପାଖି ୩ଲକ୍ଷ କୋଭିସିଲ୍ଡ ଟିକା ବ୍ୟବହାର ଆଗରୁ ନଷ୍ଟ ହୋଇଯାଇଛି । ଟିକାଗୁଡ଼ିକୁ ନାଳନ୍ଦା ମେହିକାଲ କଲେଜ ହସ୍ପିଟାଲ ଷ୍ଟୋରେଜ୍ ପାଇଁ ନିଆଯିବାର ଥିଲା, ଏହା ପୂର୍ବରୁ ବିମାନବନ୍ଦରରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଭାକ୍ସିନ ଏକ୍ସପ୍ରେସରେ ପାଖାପାଖି ୯ଲକ୍ଷ ଟିକା ନିଆଯାଉ ଥିଲା । କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ବସ୍ ବ୍ୟାଟେରୀ ଡାଉନ ହୋଇଯିବାରୁ ଦୁର୍ଘଟଣା ଘଟିଥିଲା । ଭାରତରେ ବର୍ତ୍ତମାନ ଦିନକୁ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ରାଜ୍ୟ ସରକାର ଟିକାକରଣକୁ ଜୋରଦାର କରିଛନ୍ତି ।

ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟକୁ ୩୦ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାଗିଛନ୍ତି ୩୦ଲକ୍ଷ ଡୋଜ୍ । କମ୍ ଟିକା ଥିବାରୁ ଶୁକ୍ରବାର ମୁମ୍ବାଇରେ ଅନେକ ଟିକାକରଣ ସେଣ୍ଟରକୁ ସ୍ଥଗିତ କରାଯାଇଛି । ଆଉ ଯେଉଁ ସେଣ୍ଟରଗୁଡ଼ିକରେ ଟିକାକରଣ କରାଯାଉଛି, ସେଠାରେ ଖୁବଶୀଘ୍ର ବନ୍ଦ କରାଯିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ