Masthead

ସଇତାନ ବାପା ବିଲାଲ ଖାନ!

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ବାପା ସାଜିଲା ସଇତାନ । କେତେବେଳେ ଗରମ ପେଜ ତ ଆଉ କେତେବେଳେ ତତଲା ଲୁହା ଚେଙ୍କ । ତା ପୁଣି ୭ ବର୍ଷର ଝିଅ କୁ । ବାପାର ଅମାନୁଷିକ ଅତ୍ୟାଚାରରେ ଆଜି କୁନି ଝିଅ ପାଲଟିଛିି ଜିଅନ୍ତା ଶବ । ଏମିତି ଏକ ଛାତି ଥରା ବର୍ବରତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଂଚଳରେ । ସେହି ଅଂଚଳରେ ରୁହନ୍ତି ବିଲାଲ ଖାନ୍ ନାମକ ଜଣେ ବ୍ୟକ୍ତି । ଗତ ୨୦୧୩ ମସିହାରେ ବିଲାଲ ଖାନ ରିଜାୱାନା ପରବିନଙ୍କୁ ବିବାହ କରିଥିଲେ । ପରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା, କିନ୍ତୁ ଝିଅ ହେବାକୁ ପସନ୍ଦ କରୁନଥିଲା ବାପା ବିଲାଲ ଖାନ ।

ଖାଲି ବିଲାଲ ଖାନ ନୁହଁ ବରଂ ବିଲାଲ ଖାନଙ୍କ ପରିବାର ବି ଝିଅ ହେବାକୁ ପସନ୍ଦ କରୁନଥିଲେ । ଝିଅ ହେବା ନେଇ ଘରେ ପ୍ରାୟ ଲାଗି ରହେ ଝଗଡା । ଦିନ କୁ ଦିନ ଏହି କଥା ତିବ୍ରତର ହୁଏ ବିଲାଲ ଓ ରିଜାୱାନାଙ୍କ ମଧ୍ୟରେ । ଆଉ ଏହା ପାଇଁ ଛାଡପତ୍ର ବି ହୁଏ ଉଭୟଙ୍କ ମଧ୍ୟରେ । କିନ୍ତୁ କୋର୍ଟର ନିର୍ଦ୍ଦେଶ କ୍ରମେ ଝିଅକୁ ବାପା ରଖିବା ପାଇଁ ହେଲା ନିଷ୍ପତି କିନ୍ତୁ ଏଥିରେ ମନ ବୁଝେନି ବାପା ବିଲାଲ ଖାନର । ଝିଅ କାଳେ ଭବିଷ୍ୟତରେ ରାସ୍ତାରେ କଣ୍ଟା ହେବ, ସେଥିଲାଗି କୁନିଝିଅକୁ ମାରଧର କରନ୍ତି ବାପା । ଏମିତିକି ମାଆ ସହ ଦେଖାକରିବାକୁ ଦିଅନ୍ତିନି ବାପା । ଝିଅର ବୟସ ବଢିବା ସାଙ୍ଗକୁ ବଢିଲା ଅତ୍ୟାଚାର ,ଏମିତିକି ଝିଅକୁ ଠିକରେ ଖାଇବାକୁ ଦିଅନ୍ତିନି ବାପା ଏବଂ ପରିବାର ଲୋକେ । ସଇତାନ ବାପାର ନିଷ୍ଠୁରତା ଦିନକୁ ଦିନ ବଢିବାରେ ଲାଗେ ।

କେତେବେଳେ ଗରମ ପେଜ ତ ଆଉକେତେ ବେଳେ ତତଲା ଚେଙ୍କ ଦିଏ କୁନି ଝିଅକୁ । କଁଅଳ ଶିଶୁଟି, ନା କିଛି କହି ପାରୁଥିଲା ନା ସହିପାରୁଥିଲା ତା ଉପରେ ହେଉଥିବା ଏହି ଜୁଲମକୁ । ଜୀବନ ଥିଲା, କିନ୍ତୁ ଶରୀର ପୁରା କ୍ଷୀଣ ହୋଇଯାଇଥିଲା । ଆଉ ଏବେ ଡାକ୍ତର ଖାନା ବିଛଣାରେ କୁନି ଝିଅ । ବାପା ବିଲାଲଖାନର ଏଇ ଅମାନୁଷିକ କାର୍ଯ୍ୟ ପାଇଁ ଝିଅ ଆଜି ମରଣ ସହ ଲଢେଇ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା