Masthead

ଭୂତ ଖାଇଗଲା ଲକ୍ଷାଧିକ ଟଙ୍କାର ରାସନ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ) : କୋଭିଡ ମହାମାରୀରେ ବି ଚଳୁ କରିନେଲେ ପିଡିଏସ ଚାଉଳ। ଆର. ଟି. ଆଇ ତଥ୍ୟରୁ ହେଲା ମହାଖୁଲାସା। ଏଭଳି ସାଙ୍ଘାତିକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ I  ଆର. ଟି. ଆଇ ତଥ୍ୟ ଓ ବ୍ଲକ ଯୋଗାଣ ବିଭାଗର ତଥ୍ୟରେ ରହୁନି ତାଳମେଳ। ଡିଲର ଓ ଯୋଗାଣ ବିଭାଗ ମଧୁଚନ୍ଦ୍ରିକାରେ ଏହି ଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଯାକେଶ ପଢିଆରୀ।

ଜିଲ୍ଲାପାଳ ଓ ବ୍ଲକ ଅଧିକାରୀଙ୍କ ତଥ୍ୟରେ ରହୁନି ତାଳମେଳ। ଆର. ଟି. ଆଇ ତଥ୍ୟରେ ବ୍ଲକ ଯୋଗାଣ ବିଭାଗରେ ରହିଛନ୍ତି ୧୭ ହଜାର ୯୨୫ ଜଣ ହିତାଧିକାରୀ। ଜାତୀୟ କାର୍ଡଧାରୀ ୧୭୨୦୩ ହୋଇଥିବା ବେଳେ ରାଜ୍ୟ କାର୍ଡଧାରୀ ୭୨୨ ରହିଛନ୍ତି। ସେହିପରି ଜିଲ୍ଲାପାଳଙ୍କ ରିପୋର୍ଟ ହିସାବରେ ଜାତୀୟ କାର୍ଡଧାରୀ ୧୭୨୬୨ ଜଣ ଥିବା ବେଳେ, ରାଜ୍ୟ କାର୍ଡଧାରୀ ହେଉଛନ୍ତି ୨୬୪ ଜଣ। ଏମିତିକି ବ୍ଲକରେ ମୋଟ ୧୭୫୨୬ ଜଣ ହିତାଧିକାରୀ ଅଛନ୍ତି। ତେବେ ବ୍ଲକ ପ୍ରଶାସନ ପାଖରେ ୩୯୯ ଜଣ ହିତାଧିକାରୀ କିଏ ? କିଏ ଉଠାଉଛି ଏହି ରାସନ ? ତାହାକୁ ନେଇ ପ୍ରଶ୍ନ ଉଠିଛି।

ଗୋଟିଏ ପଟେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ କିନ୍ତୁ ୩୯୯ ଜଣ ଅଧିକ ହିତାଧିକାରୀ ଅଛନ୍ତି। ଅସ୍ତରଙ୍ଗ ବ୍ଲକ ରେ ପି. ଡି. ଏସ. ଘୋଟଲାର ତଦନ୍ତ ସରିନଥିବାବେଳେ ରାସନ ଘୋଟଲା ପୁଣି ସାମ୍ନାକୁ ଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼