Masthead

ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ

ଅହମ୍ମଦାବାଦ (ବଡ ଖବର ବ୍ୟୁରୋ) : ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ।  ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାଶିତ ଭାବରେ ଦୁଇଟି ଇଞ୍ଜିନ୍ ହଠାତ୍ କାମ କଲାନି । ଏକ ସେକେଣ୍ଡରେ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫ୍‌ର ୯୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍‌ ଫେଲ୍‌ ହେବାରୁ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ପାଇଲଟ୍‌ ।  ଜଣେ ଆଉ ଜଣଙ୍କୁ ଇଞ୍ଜିନ୍‌ ବନ୍ଦ ନେଇ ପଚାରିଥିଲେ । ବ୍ଲାକବକ୍ସରେ ପାଇଲଟ୍‌ଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । AAIB ପକ୍ଷରୁ ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି ।

ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନ ଟେକ୍‌ଅଫ୍‌ର କିଛି ସେକେଣ୍ଡ ମଧ୍ୟରେ ଦୁଇଟି ଇଞ୍ଜିନ ଅଚାନ୍‌କ ବନ୍ଦ ହୋଇଯାଇଥିଲା । ଫଳରେ ବିମାନକୁ ପାୱର ମିଳି ନଥିଲା ଏବଂ ତାହା କ୍ରାସ୍ ହୋଇଥିଲା । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଉଭୟ ଇଞ୍ଜିନ୍‌-୧ ଓ ଇଞ୍ଜିନ୍‌-୨ ଇନ୍ଧନ କଟ୍ ଅଫ୍ ସ୍ୱିଚ ପରସ୍ପରଠାରୁ ଗୋଟିଏ ସେକେଣ୍ଡ ଭିତରେ ରନରୁ କଟଅଫ ହୋଇଯାଇଥିଲା । ଯାହା ହଠାତ୍ ଇନ୍ଧନ ଯୋଗାଣକୁ ବନ୍ଦ କରି ଦେଇଥିଲା ଏବଂ N1 ଏବଂ N2 ଇଞ୍ଜିନର ଗତି ହ୍ରାସ ପାଇଥିଲା । ହଠାତ୍ ଦୁଇଟି ଇଞ୍ଜିନ୍ କାମ କଲାନି । ଇଞ୍ଜିନ ଫେଲ୍ ହେବାରୁ ଦ୍ୱନ୍ଦରେ ପଡି ଯାଇଥିଲେ ଦୁଇ ପାଇଲଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼