Masthead

ଦିବ୍ୟାଙ୍ଗ ହୋଇ ବି ସକ୍ଷମଙ୍କ ଠାରୁ ଢେର ଆଗରେ ସାଗରୀ

ଜଗନ୍ନାଥ ପ୍ରସାଦ(ବଡ଼ ଖବର ବ୍ୟୁରୋ): କଥାରେ ଅଛି ଦୃଢ ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁକିଛି ସମ୍ଭବ। ଅଭାବ ଅନାଟନରେ ଥିଲେ ବି  ସେ କେବେବି ଭାଙ୍ଗି ଯାଇନାହାନ୍ତି । ଏମିତି ଜଣେ ସୁନା ଝିଅଙ୍କ ବିଷୟରେ ଜାଣନ୍ତୁ ଯିଏ କି ଜଣେ ଦିବ୍ୟାଙ୍ଗ ହୋଇ ବି ସକ୍ଷମଙ୍କ ଠାରୁ ଢେର ଆଗରେ।

କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ଲକ୍ଷରେ ଭଙ୍ଗା ଟ୍ରାଇ ସାଇକେଲରେ ଆରମ୍ଭ ହୁଏ ତାଙ୍କ ଦିନ। କାହା ଉପରେ ନିର୍ଭର ନ କରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ସେ ପାଲଟିଛନ୍ତି ସ୍ୱତନ୍ତ୍ର ଉଦାହରଣ ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଅଲାଡି ଗ୍ରାମର ଦୟାନିଧି ସ୍ୱାଇଁଙ୍କ ବଡ଼ ଝିଅ ସାଗରୀ ସ୍ୱାଇଁ । ଜନ୍ମରୁ ପୋଲିଓ ରେ ଦୁଇ ଗୋଡ଼ ବଙ୍କା। ଯିବା ଆସିବା କରିବା ତାଙ୍କ ପାଇଁ ବହୁତ କଷ୍ଟ । ପାଠ ପଢିବା ପଢ଼ାଇବା ତାଙ୍କର ସଉକ । ବାପା ଅନ୍ୟ ଜିଲ୍ଲାରେ   ଦାଦନ ଖଟନ୍ତି । ଭାଇ ଭଉଣୀ ଚାରି ।  ଭଲ ମାର୍କ ରଖି ପାସ ହେବା ପରଠାରୁ ଗାଁରେ କୁନି ପିଲାମାନଙ୍କୁ ପାଠ ପଢାନ୍ତି । ଦିଦି ସହଜ ସରଳ ରେ ସବୁ ପାଠକୁ ଟିକିନିକ ବୁଝେଇ ପାରୁଥିବା ପିଲାଏ କହନ୍ତି ।  ଭତ୍ତା ଓ ଚାଉଳ ପାଇଁ ନୁହଁ ଯଦି ଛୋଟିଆ ସରକାରୀ ଚାକିରୀ ଖଣ୍ଡିକ  ମିଳନ୍ତା ତେବେ ସେ ଖୁସି ହୁଅନ୍ତେ ବୋଲି କହିଛନ୍ତି ସାଗରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା