Masthead

ହାଇଦର ଫେରାର ଘଟଣାର କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଅପରେସନ ହାଇଦର । ଏସସିବିରୁ କେମିତି ଖସିଲା ହାଇଦର । ନାଁ ତାକୁ ଖସାଇ ଦିଆଇଛି । ରାଜ୍ୟ ପୋଲିସର ଚିନ୍ତା ବଢାଉଛି ଗ୍ୟାଙ୍ଗଷ୍ଟର ହାଇଦର । ହାଇଦର ଗତକାଲି ଠାରୁ ଏସିବି ମେଡିକାଲରୁ ହୋଇଯାଇଛି ଫେରାର । ଯାହାକୁ ନେଇ ଆକ୍ସନ ମୁଡରେ ରହିଛି ରାଜ୍ୟ ପୋଲିସ । ଡିଜିପି ଅଭୟଙ୍କ ଠାରୁ ସମ୍ବଲପୁର ଏସପିଙ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି କସରତ । ଅନ୍ୟପଟେ ଏହି ଘଟଣାରେ ସମ୍ବଲପୁର ଏସପି ୬ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ।

ସସପେଣ୍ଡ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୫ ଜଣ କନେଷ୍ଟବଳ ଅଛନ୍ତି । ସେମାନେ ହେଲେ ରମେଶ ଚନ୍ଦ୍ର ଦେହୁରୀ, ବୁଲବୁଲ ସାହୁ, ଦୀପକ ସାହୁ, ମହମ୍ମଦ ମୋସୀମ, ଉମାକାନ୍ତ ବେହେରା, ସୁଦର୍ଶନ ମାଝୀ । ଏହି ୬ କର୍ମଚାରୀ ହାଇଦରକୁ ସମ୍ବଲପୁରରୁ କଟକ ଏସସିବିକୁ ଆଣିଥିଲେ । ସେପଟେ ଅନ୍ୟରାଜ୍ୟର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ପୋଲିସ ପ୍ରଶାସନ । ସୂଚନା ମୁତାବକ, ତାଙ୍କ ସେବାରେ ନିଯୁକ୍ତ ଥିବା ନର୍ସ ଗତକାଲି ଅପରାହ୍ନ ସାଢେ ୩ଟାରେ ହାଇଦରକୁ ଦେଖିଥିଲେ । ମାତ୍ର ଅପରାହ୍ନ ସାଢେ ୫ଟା ବେଳେ ହାଇଦର ତାଙ୍କ କ୍ୟାବିନରେ ନଥିଲେ ।

ସୁରକ୍ଷାରେ ଥିବା କନେଷ୍ଟବଳ ଅଚେତ ହୋଇପଡିଥିଲେ । ଯାହାକୁ ଦେଖି ନର୍ସ ଜଣକ ତୁରନ୍ତ ମଙ୍ଗଳାବାଗ ଥାନାକୁ ଜଣାଇଥିଲେ । ଯାହା ଅନୁମାନ କରାଯାଉଛି ହାଇଦର ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳଙ୍କୁ ନିଶା ଦେଇ ଏସସିବିରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା