Masthead

ଏଟିଏମ୍ ଭିତରେ ନାଗ ସାପ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ଏଟିଏମ୍ ଭିତରେ ନାଗସାପ। କଥାଟା ଶୁଣିଲେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ସମ୍ପୂର୍ଣ୍ଣ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକ ପୋଷ୍ଟାଲ ଏଟିଏମରେ। କୁଚିଣ୍ଡା ସହରର ପଞ୍ଚମୁଖୀ ଛକରେ ଥିବା ଏହି ପୋଷ୍ଟାଲ ଏଟିଏମକୁ ଟଙ୍କା ଉଠାଇବାକୁ କିଛି ଲୋକ ଆସିଥିବା ବେଳେ ନାଗ ସାପକୁ ଏଟିଏମ ଭିତରେ ଦେଖି ଭୟରେ ସେଠାରୁ ପଳାଇଥିଲେ। ପରେ ସ୍ଥାନୀୟ ଲୋକେ ଏଟିଏମ୍ ବନ୍ଦ ରଖି ବନବିଭାଗକୁ ଖବର ଦେଇଥିଲେ। କୁଚିଣ୍ଡା ବନବିଭାଗର ଏକ ଟିମ୍ ଏଟିଏମରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ବି ସାପକୁ ପାଇ ନ ଥିଲେ। ଶେଷରେ ସ୍ନେକ୍ ହେଲପଲାଇନ୍ ସଦସ୍ୟ ପହଞ୍ଚି ଏଟିଏମ୍ ଭିତରୁ ସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର ହୋଇଥିବା ନାଗ ସାପର ଲମ୍ବ ପ୍ରାୟ ୫ଫୁଟ। ସାପକୁ ଉଦ୍ଧାର କରି ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ