Masthead

ଏକା ସାଙ୍ଗେ ମାଡ଼ ହେବ ଦୁଇଟା ତୋଫାନ, ପାଣିପାଗ ଇତିହାସରେ ବିରଳ

କାନବେରା (ବଡ଼ ଖବର) ସତର୍କ ହୋଇ ଯାଆନ୍ତୁ । ମାଡ଼ି ଆସୁଛି ତୋଫାନ । ଦୁଇଟି ସାମୁଦ୍ରିକ ଝଡ ମୁହାଁ ମୁହିଁ ହେବାକୁ ଯାଉଛି । ଯାହା ପାଣିପାଗ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି । ଏହା ଶୁଣିବା ପାଇଁ ଅଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯାହାକୁ ନେଇ ପ୍ରବଳ ତୋଫାନ ହୋଇପାରେ ବୋଲି ଅନୁମାନ କରାଯାଉଛି । ପଶ୍ଚିମ ଅଷ୍ଟ୍ରେଲିଆର ରହୁଥିବା ଲୋକମାନଙ୍କୁ ସତର୍କ କରିଛି ସେଠିକାର ପାଣିପାଗ ବିଭାଗ ।

ମାଡି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ ‘ସରୋଜା’ ଓ ଅନ୍ୟଟି ‘ଓଡେଟା’ ନାମ ରଖାଯାଇଛି । ବୈଜ୍ଞାନିକମାନଙ୍କ ମତରେ ଏଭଳି ଭାବେ ଦୁଇଟି ତୋଫାନ ମୁହାଁମୁହିଁ ହେବା ବିରଳ ଘଟଣା । ସୂଚନା ମୁତାବକ ତୋଫାନ ‘ସରୋଜା’ ଲଘୁଚାପର ରୂପ ନେଇସାରିଛି ଯାହା ରବିବାର ସୁଧା ଅଷ୍ଟ୍ରେଲିଆ ଉପକୂଳରେ ମାଡହେବ । ଏହା ୯୩ ମାଇଲ ବେଗରେ ଉପକୂଳମୁହାଁ ହେଉଥିବା ବେଳେ ‘ସରୋଜା’ ୯୬୦ ମାଇଲ ଦୀର୍ଘ ଉପକୂଳରେ ତାଣ୍ଡବ ରଚିବ ।

ସେଠିକାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ପବନର ଭୟାବହତା ଉପରେ ସୂଚିତ କରାଯାଇଛି । ଅନ୍ୟପଟେ ‘ଓଡେଟା’ ଶନିବାର ବିଳମ୍ବିତ ରାତି ସୁଧା ଉପକୂଳରେ ପହଂଚିବ । ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରିବା ସହ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆକଳନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ