Masthead

ପିପିଲିରେ ବାଇକ ରାଲିକୁ ନା

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲିରେ ଆଜି ଠାରୁ ହୋଇପାରିବ ନାହିଁ ବାଇକ ରାଲି । ନିର୍ବାଚନର ୭୨ଘଂଟା ପୂର୍ବରୁ ରାଲି ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ । ନିର୍ବାଚନ ଓ ଉପନିର୍ବାଚନ ହେଉଥିବା ରାଜ୍ୟ ଉଦ୍ଦେଶ୍ୟରେ ଏହି ନୋଟିସ ଜାରି କରାଯାଇଛି । ନିର୍ବାଚନ କମିଶନ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି ।

ରାଲିରେ ଅସାମାଜିକ ତତ୍ତ୍ୱ ମତଦାତାଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିବା ପରେ ଏଭଳି ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ । ତେବେ ଆଜି ଠାରୁ ପିପିଲିରେ ରାଜନୈତିକ ବାଇକ ରାଲି ଉପରେ ରୋକ ଲାଗିବା ସ୍ପଷ୍ଟ ହୋଇଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାର ଠିକ ପୂର୍ବରୁ ଏହି ନୋଟିସ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ