Masthead

ଓଡ଼ିଶାର ୭ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ୭ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ । ସ୍ୱୀକୃତି ଅପେକ୍ଷାରେ ଖଜୁରି ଗୁଡ, ମଗଜି ଲଡୁ । ଶିମିଳିପାଳ କାଇ ଚଟଣି, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମଧ୍ୟ ମିଳିବ ଜିଆଇ ମାନ୍ୟତା । ସେହିଭଳି ଡଙ୍ଗରିଆ କନ୍ଧ ଏମ୍ବ୍ରୋଡେରୀ ଶାଲ ବା କପଡ଼ାଗଣ୍ଡ ଶାଲ, କୋରାପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା ‘ଇଡିତାଲ’କୁ ଜିଆଇ ମାନ୍ୟତା ମିଳିବ । ଆଉ ମାତ୍ର କିଛି ମାସର ଅପେକ୍ଷା । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜିଆଇ ଜର୍ଣ୍ଣାଲ ପ୍ରକାଶ ପାଇଛି ।

ଜର୍ଣ୍ଣାଲରେ ଦେଶର ବିଭିନ୍ନ ସାମଗ୍ରୀ ସମେତ ଓଡ଼ିଶାର ୭ ସାମଗ୍ରୀ କଥା ଲେଖାଯାଇଛି । ଜର୍ଣ୍ଣାଲ ପ୍ରକାଶ ପାଇବାର ୪ ମାସ ଭିତରେ ଆବେଦନ ହୋଇଥିବା ସାମଗ୍ରୀଗୁଡିକ ସମ୍ପର୍କରେ ଯଦି କୌଣସି ଅଭିଯୋଗ ନଆସେ ତେବେ ଜିଆଇ ମାନ୍ୟତା ଘୋଷଣା ହେବ । ଏହି ୭ ସାମଗ୍ରୀ ପୂର୍ବରୁ କେନ୍ଦ୍ରାପଡାର ରସାବଳୀ ଜିଆଇ ମାନ୍ୟତା ପାଇଯିବ । କାରଣ ୩ ମାସ ପୂର୍ବରୁ ଏହାର ଜର୍ଣ୍ଣାଲ ପ୍ରକାଶ ପାଇସାରିଛି । ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ ବା ଓଆରଟିଏସଏସ ପକ୍ଷରୁ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ଦ୍ୱାରା ୨୦୨୦ ଜୁନ ଓ ୧୨ରେ ଓଡ଼ିଶାର ଖଜୁରୀ ଗୁଡ଼ ଜିଆଇ ପାଇଁ ଦରଖାସ୍ତ ଆବେଦନ କରାଯାଇଥିଲା ।

ସେହିପରି ଢେଙ୍କାନାଳ ସୁଇଟ୍ସ ଆସୋସିଏସନ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ୨୦୨୦ ଡିସମ୍ବେର ୭ରେ ଢେଙ୍କାନାଳ ମଗଜି, ଦ ମୟୂରଭଞ୍ଜ କାଇ ସୋସାଇଟି ଲିମିଟେଡ ପକ୍ଷରୁ ଓୟୁଏଟି ଦବାରା ସେହି ଡିସେମ୍ବର ୭ରେ ଶିମିଳିପାଳ କାଇ ଚଟଣୀକୁ ମାନ୍ୟତା ପାଇଁ ଦାବି କରାଯାଇଛି । ପୂର୍ବରୁ ଓଡ଼ିଶାର ୧୭ଟି ସାମଗ୍ରୀ ଜିଆଇ ପାଇଛି ।

ଦଲାପଥର ପର୍ଦ୍ଦା, ଗୋପାଳପୁର ଟସର, ବ୍ରହ୍ମପୁର ପାଟଶାଢୀ ଓ ଯୋଡ଼, କନ୍ଧମାଳ ହଳଦୀ, କୋଣାର୍କ ପଥର ଖୋଦେଇ, ଓଡ଼ିଶା ବାନ୍ଧକଳା, ଗଞ୍ଜାମ କିଆଫୁଲ, ଗଞ୍ଜାମ କିଆ ରସ, ବୋମକାଇ ଶାଢୀ, ଓଡ଼ିଶା ପଟ୍ଟଚିତ୍ର, ଖଣ୍ଡୁଆ ଶାଢ଼ୀ, ପିପିଲି ଚାନ୍ଦୁଆ କାମ, ଆରକୁ ଭ୍ୟାଲି ଆରବିକ କଫି, ସମ୍ବଲପୁରୀ ବାନ୍ଧ ଶାଢ଼ୀ, ହାବସପୁରୀ ଶାଢ଼ୀ, ଓଡ଼ିଶା ରସଗୋଲା ଏବଂ କୋଟପାଡ଼ ହସ୍ତତନ୍ତ । ଏ ଭିତରେ ୟୁନେସ୍କୋର ୫୦ଟି ଆଇକୋନିକ ବୟନ ତାଲିକା ମଧ୍ୟରୁ ସ୍ଥାନ ପାଇଥିବା ଓଡ଼ିଶାର ୫ଟି ଐତିହ୍ୟସମ୍ପନ୍ନ ବୟନରୁ ୪ଟିକୁ ଜିଆଇ ମାନ୍ୟତା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼