Masthead

ସବୁ କଲେଜ ଓ ବିଶ୍ଵବିଦ୍ୟାଳୟ ପରୀକ୍ଷା ସ୍ଥଗିତ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟ ବଢିବା ପରେ ବଡ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳର ପାଠପଢା, ଅଫଲାଇନ ପରୀକ୍ଷା, ପ୍ରାକ୍ଟିକାଲ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିଭାଗ । ସୋମବାର ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କଲେଜର ପ୍ରିନ୍ସପାଲ ଓ ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତା ସୋମବାର ଠାରୁ ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟରେ ପରୀକ୍ଷା ଓ ପାଠପଢା ସ୍ଥଗିତ ରହିବ । ଏଥି ସହିତ ୧୯ ତାରିଖରୁ ହଷ୍ଟେଲ ଖାଲି କରିବା ପାଇଁ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ କୁହାଯାଇଛି ।

ତେବେ ପାଠପଢା ଠିକ ସମୟରେ ସାରିବା ପାଇଁ ଅଧ୍ୟାପକମାନେ ଅନଲାଇନ କ୍ଲାସ କରି ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କଲେଜ ଓ ବିଶ୍ଵବିଦ୍ୟାଳୟର ଏକାଡେମିକ କାମ ଚାଲୁ ରହିବ । ତେବେ ଏହି ନିର୍ଦ୍ଦେଶନାମା ମେଡିକାଲ କଲେଜଗୁଡିକ ପାଇଁ ଲାଗୁ ହେବ ନାହିଁ ।
ଦିନକୁ ଦିନ ବଢୁଥିବା କୋଭିଡ ମାମଲାକୁ ଦେଖି ସରକରା ଏଭଳି ନିଷ୍ଡତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ସହ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରିକ୍ଷାକୁ ସ୍ଥଗିତ ରଖିବା ପଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସମସ୍ତ ବିଶ୍ଵବିଦ୍ୟାଳୟ ଓ କଲେଜରେ ପରିକ୍ଷା ଓ ପାଠପଢାକୁ ବନ୍ଦ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ