Masthead

ସଲମାନଙ୍କୁ ଧନ୍ୟବାଦ ଦେଲେ ରାକ୍ଷୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ, ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଥାଟି ହେଉଛି ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମା ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି । ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜିକାଲି ତାଙ୍କ ମା’ର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି । ରାକ୍ଷୀ ସାୱାନ୍ତ ବିଗ ବସ ୧୪ରେ ତାଙ୍କ ମାଙ୍କ ପାଇଁ ଯାଇଥିଲେ । ସେଠାରେ ମିଳିଥିବା ରାଶିରେ ସେ ତାଙ୍କ ମାଙ୍କ ଚିକିତ୍ସାରେ ଲଗାଇଛନ୍ତି । ତେବେ ଆଜି ରାକ୍ଷୀ ତାଙ୍କ ମାଙ୍କ ଅପରେସନ କରାରାଇବାକୁ ଯାଉଛନ୍ତି । ଏହି ସମୟରେ ରାକ୍ଷୀ ଡାକ୍ତରଖାନାର ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ରାକ୍ଷୀ ଏବଂ ତାଙ୍କ ମା ସଲମାନଙ୍କୁ ଆଶୀର୍ବାଦ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ରାକ୍ଷୀ ସୋହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ରାକ୍ଷୀ ସାୱନ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ରାକ୍ଷୀ ଏହି ଭିଡିଓରେ କହିଛନ୍ତି, ଆଜି ହେଉଛି ମା’ଙ୍କ ଅପରେସନ୍, ଶେଷରେ ଡାକ୍ତର ସଞ୍ଜୟ ଶର୍ମା ତାଙ୍କ କ୍ୟାନ୍ସର ରୋଗକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବେ । ମା ତୁମର କ୍ୟାନ୍ସର ସବୁଦିନ ପାଇଁ ଦୂର ହୋଇଯିବ । ଏହି ଭିଡିଓରେ ରାକ୍ଷୀଙ୍କ ମା ସଲମାନ ଖାନଙ୍କୁ ଆଶୀର୍ବାଦ କରୁଥିବା ନଜର ଆସିଛନ୍ତି । ଏଥି ସହିତ, ଏହି ଭିଡିଓରେ ସଲମାନ ଖାନଙ୍କ ପୁରା ପରିବାର ଏବଂ ସୋହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ