Masthead

ନାଇଟ୍ କର୍ଫ୍ୟୁ ମାଇଁ ଫୁଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ରାତିରେ ସମଗ୍ର ରାଜ୍ୟ ସିଲ୍ । ରାତି ହେଲେ ଟ୍ୱିନ ସିଟି ଭୁବନେଶ୍ୱର- କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ପୋଲିସ ପଇଁତରା ମାରୁଛି । କରୋନାର ଦ୍ୱିତୀୟ ଲହରିରେ ବ୍ରେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ଦୈନିକ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ । ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି ନାଇଟ୍ କର୍ଫ୍ୟୁ ମାଇଁଫୁଟ୍ ।

ଏହି ଚାରୋଟି ଶଦ୍ଦ ଅନେକ କଥା କହୁଛି । ଆଗଧାଡିର କରୋନା ଯୋଦ୍ଧା ପୋଲିସର ରାତିର କାର୍ଯ୍ୟକଳାପକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ତଥାଗତ । ସେ ସିଧାସଳଖ ଗୃହ ବିଭାଗକୁ ଟାର୍ଗେଟ କରିଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଥାଗତ ନିଶାନା କରିଛନ୍ତି । ନାଇଟ୍ କର୍ଫ୍ୟୁ ବେଳେ ଭୁବନେଶ୍ୱର ଶୋଇପଡିଥିବା ବେଳେ କମିଶନରେଟ୍ ପୋଲିସର ପ୍ରୋତ୍ସାହନରେ ଚାଲୁଛି ଦୋନମ୍ବର କାରବାର ।

ହଜାର ହଜାର ବାଲି ଓ ଚିପ୍ସ ବୋଝେଇ ଟ୍ରକ୍ କିପରି ଗନ୍ତବ୍ୟସ୍ଥଳକୁ ଅବାଧରେ ଯାଇପାରିବ ପୋଲିସ ଉଦ୍ୟମ ଜାରି ରଖୁଛି । ଏହି ନୂଆ ଟ୍ରେଣ୍ଡ ଯୋଗୁଁ କିଛି ଲୋକ ପୁଳା ପୁଳା ଟଙ୍କା ରୋଜଗାର କରୁଥିବା ବେଳେ ଲଘୁଖଣିଜ ପଦାର୍ଥ ଚୋରି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା