Masthead

ବଲିଉଡରେ କରୋନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ କରୋନା ପଜିଟିଭ ହୋଇଥିବା ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। ତାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ସୁସ୍ଥ କାମନା କରି ପ୍ରାର୍ଥନା କରିଥିଲେ। ତାଙ୍କ ସ୍ୱାମୀ ଅକ୍ଷୟ ବର୍ଦେ ଓ ତାଙ୍କ ଦୁଇ ଶିଶୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସମୀରା କହିଛନ୍ତି କରୋନାର ଦ୍ୱିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଅଧିକାଂଶ ଶିଶୁଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି। ସେହିପରି ୯୦ ଦଶକର ହିଟ୍ ଯୋଡି ନଦୀମ-ଶ୍ରବଣ ଯୋଡି | ସେମାନଙ୍କ ମଧ୍ୟରୁ ଶ୍ରବଣ ରାଠୋର କରୋନା ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ ଯେ, ତାଙ୍କଠାରେ କୋଭିଡ ଲକ୍ଷଣ ଦେଖାଦେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ରହିଛି । କୋଭିଡ ବ୍ୟତୀତ ତାଙ୍କଠାରେ ଅନ୍ୟ ରୋଗ ବି ପରିଲିଖିତ ହୋଇଛି । ୯୦ ଦଶକରେ ନଦୀମ ଅଖତରଙ୍କ ସହ ମିଶି ସେ ଇଣ୍ଡଷ୍ଟ୍ରିରେ କରୁଥିଲେ ରାଜ୍ । ଦର୍ଶକଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ଗୀତ ବେଶ୍ ହିଟ୍ ହୋଇଥିଲା । ତାଙ୍କ ନିର୍ଦ୍ଦେଶିତ ଆଶିକୀ, ସାଜନ, ସଡକ, ଦିଲ ହେ କି ମାନତା ନେହିଁ, ସାଥୀ, ଦିଓ୍ୱାନା, ଫୁଲ ଓ୍ୱୌର କାଣ୍ଟେ ଭଳି ବହୁତ ହିଟି ଗୀତ ରହିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ