Masthead

ସଫଳ ହେଲା ରାକ୍ଷୀ ମାଆଙ୍କ ଅପରେସନ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କର ଅପରେସନ ସଫଳ ହୋଇଛି । କ୍ୟାନ୍ସର ପାଇଁ ରାକ୍ଷୀଙ୍କ ମା ଦୀର୍ଘ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ମାଙ୍କ ଅପରେସନ ପାଇଁ ବଲିଉଡର ଭାଇଜାନ ସଲମାନ ଖାନ୍ ସାହାଯ୍ୟର ହାତ ବଢାଇଥିଲେ । ଏନେଇ ଗତକାଲି ସେ ସଲମାନ ଏବଂ ସୋହେଲ ଖାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ତାଙ୍କ ମାଆଙ୍କ ଅପରେସନ ସଫଳ ହେବା ପରେ ସେ ସମସ୍ତଙ୍କ ସାମ୍ନାରେ ସଲମାନ ଏବଂ ସୋହେଲଙ୍କୁ ପୁନଃ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲରୁ ବାହାରିବା ପରେ ରାକ୍ଷୀ ସାୱନ୍ତ ସାମ୍ୱାଦିକଙ୍କ ସହ କଥା ହୋଇଥିଲେ ।

ଏହି ସମୟରେ ସେ କ୍ୟାମେରା ସାମ୍ନାରେ ରାସ୍ତା ମଝିରେ ଆଣ୍ଠେଇ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇ ଭାବ ବିହ୍ୱଳ ହୋଇଯାଇଥିଲେ । ରାକ୍ଷୀଙ୍କର ଏହି ଭିଡ଼ିଓ ଏବେ ଭାଇରାଲ ହେଉଛି। ଭିଡ଼ିଓରେ ରାକ୍ଷୀ କହୁଛନ୍ତି ଆଜି ସକାଳେ ମୋର ମାଆଙ୍କର ଅପରେସନ ହୋଇଛି। ମୁଁ ଇନଷ୍ଟାଗ୍ରାମରେ ମାଆଙ୍କର ଟ୍ୟୁମରର ଭିଡ଼ିଓ ମଧ୍ୟ ସେୟାର କରିଛି। ଡାକ୍ତର କହିଛନ୍ତି ଯଦି ସେ ଶୀଘ୍ର ଆସି ନଥାନ୍ତେ ତ ତାଙ୍କର ବଞ୍ଚିବା ମୁସ୍କିଲ ହୋଇ ଯାଇଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ