Masthead

ସଫଳ ହେଲା ରାକ୍ଷୀ ମାଆଙ୍କ ଅପରେସନ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କର ଅପରେସନ ସଫଳ ହୋଇଛି । କ୍ୟାନ୍ସର ପାଇଁ ରାକ୍ଷୀଙ୍କ ମା ଦୀର୍ଘ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ମାଙ୍କ ଅପରେସନ ପାଇଁ ବଲିଉଡର ଭାଇଜାନ ସଲମାନ ଖାନ୍ ସାହାଯ୍ୟର ହାତ ବଢାଇଥିଲେ । ଏନେଇ ଗତକାଲି ସେ ସଲମାନ ଏବଂ ସୋହେଲ ଖାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ତାଙ୍କ ମାଆଙ୍କ ଅପରେସନ ସଫଳ ହେବା ପରେ ସେ ସମସ୍ତଙ୍କ ସାମ୍ନାରେ ସଲମାନ ଏବଂ ସୋହେଲଙ୍କୁ ପୁନଃ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲରୁ ବାହାରିବା ପରେ ରାକ୍ଷୀ ସାୱନ୍ତ ସାମ୍ୱାଦିକଙ୍କ ସହ କଥା ହୋଇଥିଲେ ।

ଏହି ସମୟରେ ସେ କ୍ୟାମେରା ସାମ୍ନାରେ ରାସ୍ତା ମଝିରେ ଆଣ୍ଠେଇ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇ ଭାବ ବିହ୍ୱଳ ହୋଇଯାଇଥିଲେ । ରାକ୍ଷୀଙ୍କର ଏହି ଭିଡ଼ିଓ ଏବେ ଭାଇରାଲ ହେଉଛି। ଭିଡ଼ିଓରେ ରାକ୍ଷୀ କହୁଛନ୍ତି ଆଜି ସକାଳେ ମୋର ମାଆଙ୍କର ଅପରେସନ ହୋଇଛି। ମୁଁ ଇନଷ୍ଟାଗ୍ରାମରେ ମାଆଙ୍କର ଟ୍ୟୁମରର ଭିଡ଼ିଓ ମଧ୍ୟ ସେୟାର କରିଛି। ଡାକ୍ତର କହିଛନ୍ତି ଯଦି ସେ ଶୀଘ୍ର ଆସି ନଥାନ୍ତେ ତ ତାଙ୍କର ବଞ୍ଚିବା ମୁସ୍କିଲ ହୋଇ ଯାଇଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା