ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାହାଜରୁ ପଶୁ ଚୋରାଚାଲାଣ ମାମଲାରେ କଷ୍ଟମ ବିଭାଗ ରତ୍ନାଗିରିରୁ ୩୩୯୮ ମେଣ୍ଢା ଓ ଛେଳି ଜବତ କରିଛି । ଏଥିମଧ୍ୟରୁ ୧୩୭୯ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଛି । ଅବଶିଷ୍ଟ ୨୧୦୦ ମେଣ୍ଢା ଓ ଛେଳିକୁ ସେମାନଙ୍କର ମୂଳ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ସେସନ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଷ୍ଟମ ବିଭାଗ ୨୧୦୦ ମେଣ୍ଢା ଓ ଛେଳି ମାନଙ୍କ ମାଲିକ ମାନଙ୍କୁ ୧୦କୋଟି ୧୦ ଲକ୍ଷ ଟଙ୍କାରେ ଦେଇଥିଲା । ଧିଆନ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନର ଶୁଣାଣି ସମୟରେ କୋର୍ଟ ରାଜ୍ୟ ପଶୁପାଳନ ବିଭାଗକୁ ପଶୁମାନଙ୍କର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅଦାଲତଙ୍କ ନିର୍ଦ୍ଦେଶରେ ଅହମ୍ମଦନଗରରୁ ଗୁଜୁରାଟକୁ ପଠାଯାଇଥିଲା ପଶୁ:

ପଶୁପାଳନ ବିଭାଗର ଡାକ୍ତରମାନେ ମେଣ୍ଢା ଓ ଛେଳି ଯାଞ୍ଚ କରିବା ପାଇଁ ଗୁଜୁରାଟରେ ପହଞ୍ଚିବା ପରେ ଫାର୍ମ ହାଉସର ମାଲିକ କହିଛନ୍ତି ଯେ ଅହମ୍ମଦନଗରରୁ ପଠାଯାଇଥିବା ମେଣ୍ଢା ଓ ଛେଳି ଖରାପ ଜଳବାୟୁ ଯୋଗୁ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଏହି ଆଧାରରେ ପଶୁପାଳନ ଅଧିକାରୀ ଏକ ଆଫିଡେଭିଟ ଦାଖଲ କରି କୋର୍ଟଙ୍କୁ କହିଛନ୍ତି ଯେ ସେ କୌଣସି ପଶୁଙ୍କୁ ତଦନ୍ତ ପାଇଁ ଗ୍ରହଣ କରିନାହାନ୍ତି । ତେଣୁ ସେମାନେ ଅନୁସନ୍ଧାନର ଆଦେଶ ପାଳନ କରିବାରେ ଅସମର୍ଥ ।

ପଶୁମାନଙ୍କର ସୁରକ୍ଷା ପାଇଁ କାର୍ଯ୍ୟ ଜାରି:

ଏହି ମାମଲା ସହ ଜଡିତ ତଥ୍ୟକୁ ଦୃଷ୍ଟିରେ ରଖି ଜଷ୍ଟିସ ଏସ୍ ଭି କୋଟୱାଲଙ୍କ ବେଞ୍ଚ କହିଛନ୍ତି ଦାୟିତ୍ୱର ଉଲ୍ଲଘଂନ ପାଇଁ କଷ୍ଟମ ବିଭାଗ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ମେଣ୍ଢା ଓ ଛେଳି ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପଶୁ ମାଲିକ ବିଭାଗକୁ ଆଶ୍ୱସନା ଦେଇଥିଲେ । ପଶୁମାନଙ୍କୁ ନେଇ ହେଉଥିବା ବେଆଇନ କାରବାର ବିରୁଦ୍ଧରେ ବିଭାଗ କାର୍ଯ୍ୟ ଜାରି ରଖିବା ଉଚିତ ।

ଯାହାଦ୍ୱାରା ପଶୁମାନେ ସୁରକ୍ଷିତ ରହିବେ । ସେହିପରି କଷ୍ଟମ ବିଭାଗ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ ଜିତେନ୍ଦ୍ର ମିଶ୍ର କହିଛନ୍ତି ଯେ ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ଜଷ୍ଟିସ କୋଟୱାଲ ତାଙ୍କ ଆଦେଶରେ କାର୍ଯ୍ୟକାରିତା ସ୍ଥିତି ଜାଣିବା ପାଇଁ ସେପ୍ଟେମ୍ବରରେ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *