Masthead

ଡିଜିଟାଲରେ ସିଂଘମଙ୍କ ଡେବ୍ୟୁ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ସିଲଭର ସ୍କ୍ରିନ ଛାଡି ଏଥର ଡିଜିଟାଲ ମୁହାଁ ହେଉଛନ୍ତି ଆକ୍ଟର । କରୋନା ପାଇଁ ସିନେମା ହଲ ମାନଙ୍କରେ ଫିଲ୍ମ ଗୁଡିକ ରିଲିଜ ହୋଇପାରୁ ନାହିଁ । ଯାହା ଫଳରେ ଡିଜିଟାଲର ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଗୁଡିକୁ ରିଲିଜ କରାଯାଉଛି । ସେହିପରି ବଲିଉଡର ସିଂଘମଙ୍କୁ ମଧ୍ୟ ବହୁତ ଜଲଦି ଡିଜିଟାଲ ଦୁନିଆରେ ଦେଖିବା ପାଇଁ ମିଳିବ । ଖୁବଶୀଘ୍ର ଡିଜିଟାଲ ଦୁନିଆରେ ଡେବ୍ୟୁ କରିବେ ବଲିଉଡର ସିଂଗମ ମାନେ ଅଜୟ ଦେବଗନ । ନିକଟରେ ଏ ବିଷୟରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ଯାହା ସୁଣି ତାଙ୍କ ଫ୍ୟାନ୍ସ ମାନେ ଖୁସି ହୋଇଥିଲେ ।

ତେବେ ଅଜୟ ନିଜର ଡିଜିଟାଲର ଡେବ୍ୟୁ ସିରିଜ ପାଇଁ ସେ ଡିଜନି ପ୍ଲସ ହଟଷ୍ଟାର ସହ ହାତ ମିଳେଇଛନ୍ତି । ସେ ବ୍ରିଟିଶ ୱେବ ସିରିଜ ‘ଲୁଥର’ର ହିନ୍ଦୀ ରିମେକରେ ନଜର ଆସିବେ । ଏହି ସିରିଜ ବିଷୟରେ ସେ ଟ୍ୱିଟ କରି ସୂଚନା ଦେଇଥିଲେ । ସେ ନିଜର ଏକ ଭିଡିଓ ପୋଷ୍ଟ କରି ଟ୍ବିଟରେ ଲେଖିଥିଲେ, ‘ଗୋଟିଏ ଦିନର ଅପେକ୍ଷା ଆଉ ଏକ ବଡ ନ୍ୟୁଜ । ତୁମମାନଙ୍କ ସହ ଏହି ବିଷୟରେ ସେୟାର କରିବାକୁ ମୁ ବ୍ୟାକୁଳ , କାଲି ଅପେକ୍ଷା କରନ୍ତୁ’ । ଆଉ ଭିଡିଓରେ ସେ କହୁଛନ୍ତି, ‘ବଡ ଖବରର ଘୋଷଣା କରିବି ହେଲେ ଆଜି ନୁହେଁ କାଲି । କେବଳ ଏତିକି ନୁହେଁ ଅଜୟଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଦୁଇଟି ଫିଲ୍ମ “ଦ ବିଗ ବୁଲ’ ଏବଂ “ଭୁଜ- ଦ ପ୍ରାଇଡ ଅଫ ଇଣ୍ଡିଆ’ କୁ କିଣିଛି ଡିଜନି । ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଦୁଇ ଫିଲ୍ମ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ