Masthead

ଭେଣ୍ଟିଲେଟରରେ ଶ୍ରବଣ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୯୦ଦଶକର ହିଟ୍ ଯୋଡି ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ ରାଠୋର କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ ଗୁରୁତର ଥିବା କୁହାଯାଉଛି । ଶ୍ରବଣ ରାଠୋରଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ତାଙ୍କର ହାର୍ଟରେ ପ୍ରୋବଲେମ ଥିବା ଜଣା ପଡିଛି, ଯେଉଁଥି ପାଇଁ ତାଙ୍କ ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ହୋଇପାରୁ ନାହିଁ । ତାଙ୍କ ବନ୍ଧୁ ସମୀରଙ୍କ କହିବା ଅନୁଶାରେ ଶ୍ରବଣଙ୍କର ଡାଇବେଟିସ ଅଛି ।

ଯାହା ଫଳରେ ସଂକ୍ରମଣ ଯୋଗୁ ତାଙ୍କ ଫୁସଫୁସ ର୍ଦୁବଳ ହୋଇପଡିଛି । ବଲିଉଡ୍ରେ ୯୦ ଦଶକରେ ନଦୀମ୍-ଶ୍ରବଣଙ୍କର ସଙ୍ଗୀତ ଖୁବ୍ ଫେମସ୍ ଥିଲା । ଫିଲ୍ମ ‘ଆଶିକୀ’ରେ ତାଙ୍କର ରୋମାଣ୍ଟିକ୍ ଗୀତ ଖୁବ ଲୋକ ପ୍ରିୟ ହୋଇଥିଲା । ହେଲେ ଗୁଲସନ କୁମାରଙ୍କ ହତ୍ୟାରେ ନଦୀମ୍ଙ୍କର ନାଁ ଆସିବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା । ସୂଚନା ଯେ, ନଦୀମ୍-ଶ୍ରବଣ ଯୋଡ଼ି ଫିଲ୍ମ ଆଶିକୀ, ସାଜନ , ସଡ଼କ , ଦିଲ ହୈ କି ମାନତା ନହିଁ ,ସାଥି , ଦିୱାନା , ଫୁଲ୍ ଔର କାଣ୍ଟେ, ରାଜା ହିନ୍ଦୁସ୍ତାନୀ , ଜାନ୍ ତେରେ ନାମ୍ ,ରଙ୍ଗ୍ , ରାଜା , ଧଡ଼କନ୍, ପରଦେଶ , ଦିଲୱାଲେ , ରାଜା ଆଦି ଫିଲ୍ମରେ ସୁମଧୁର ସଙ୍ଗୀତ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର