Masthead

ଭାରତରୁ ୧,୧୯,୦୦୦ ଶିଶୁଙ୍କୁ ଅନାଥର ପରିଚୟ ଦେଇଛି ମହାମାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଅନେକ ସଂସାର ଉଜାଡ଼ି ଦେଇଛି । ତା ସହ ଛୋଟ ଛୋଟ ଛୁଆଙ୍କଠାରୁ ତାଙ୍କ ବାପାମା’ ଓ ସମ୍ପର୍କୀୟଙ୍କୁ ଛଡ଼ାେଇ ନେଇଛି । ସେମାନଙ୍କୁ ଅନାଥର ପରିଚୟ ଦେଇଦେଇଛି । ସାରା ବିଶ୍ୱରେ ୧୫ ଲକ୍ଷରୁ ଅଧିକ ଶିଶୁ ମହାମାରୀ କାରଣରୁ ସେମାନଙ୍କ ବାପା, ମା’ ହରାଇଛନ୍ତି। କରୋନା ମହାମାରୀର ପ୍ରଥମ ୧୪ ମାସରେ କେବଳ ଭାରତରୁ ୧,୧୯,୦୦୦ ଶିଶୁ ସେମାନଙ୍କ ବାପାମାଆ କିମ୍ବା ସେମାନଙ୍କର ଯତ୍ନ ନେଇଥିବା ଅନ୍ୟ ସମ୍ପର୍କୀୟଙ୍କୁ ହରାଇଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡ୍ରଗ୍‌ ଆବ୍ୟୁଜ୍‌ ଏବଂ ଏନ୍‌ଆଇଏଚ୍‌ ସହଯୋଗରେ ଏହି ବିଷୟରେ ଜଣାପଡିଛି । ସୂଚନା ଅନୁସାରେ, ଭାରତରେ ୨୫,୫୦୦ ଶିଶୁ ସେମାନଙ୍କ ମା’ଙ୍କୁ ହରାଇଛନ୍ତି ଏବଂ ୯୦,୭୫୧ ଜଣ ସେମାନଙ୍କ ବାପାଙ୍କୁ ହରାଇଛନ୍ତି। ୧୨ ଜଣ ଶିଶୁ ଉଭୟ ବାପା ଏବଂ ମା’ଙ୍କୁ ହରାଇଛନ୍ତି। ସୂଚନା ଅନୁଯାୟୀ, ୧,୧୩୪,୦୦୦ ଶିଶୁ ସେମାନଙ୍କ ବାପା ମା’ କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଜେଜେବାବା, ଜେଜେମା’ଙ୍କୁ ହରାଇଛନ୍ତି। ଏଥିମଧ୍ୟରୁ ୧୦,୪୨୦୦୦ ସେମାନଙ୍କ ମା’ , ବାପା କିମ୍ବା ଉଭୟଙ୍କୁ ହରାଇ ଦେଇଛନ୍ତି।

ଅଧିକାଂଶ ଶିଶୁ ବାପା ଏବଂ ମା’ଙ୍କ ମଧ୍ୟରୁ କେବଳ ଜଣଙ୍କୁ ହରାଇଛନ୍ତି। ଦକ୍ଷିଣ ଆଫ୍ରିକା‌, ପେରୁ, ଆମେରିକା, ଭାରତ, ବ୍ରାଜିଲ୍‌ ଏବଂ ମେକ୍ସିକୋରେ ଅଧିକାଂଶ ଶିଶୁ ସେମାନଙ୍କ ପ୍ରାଥମିକ ଅଭିଭାବକ (ବାପା ମା’ କିମ୍ବା ଦାୟିତ୍ବ ନେଇଥିବା ଜେଜେ ବାପା ମା’)ଙ୍କୁ ହରାଇଛନ୍ତି। ଭାରତରେ ୨୦୨୧ ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ ମାସରେ ଶିଶୁମାନେ ଅନାଥ ହେବା ୮.୫ ଗୁଣା ବୃଦ୍ଧି ହୋଇଛି। ମାର୍ଚ୍ଚରେ ୫,୦୯୧ ଶିଶୁ ଅନାଥ ‌ହୋଇଥିବା ବେଳେ ଏପ୍ରିଲ୍‌ରେ ୪୩,୧୩୯ ଶିଶୁ ଅନାଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଯତ୍ନ ନେଉଥିବା‌ ଜେଜେ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଉଭୟ ଜେଜେବାପା ଏବଂ ମା’ଙ୍କୁ ହରାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି