Masthead

ପୁଅକୁ ଫେରେଇ ଆଣିବାକୁ ମାର ଆକୁଳ ନିବେଦନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ରୋଜଗାର କରି ପରିବାର ପୋଷୁଥିଲା ରୋଜଗାରିଆ ପୁଅ ବିଶ୍ଵନାଥ। ବାପା ମାଙ୍କ ଭଲମନ୍ଦ ବୁଝୁଥିଲା। କିନ୍ତୁ କରୋନା ସବୁ ବଦଳାଇ ଦେଲା। କରୋନାରେ ସଂକ୍ରମିତ ହୋଇ ବାଙ୍ଗାଲୋରରେ ଫସିଛି ପୁଅ। ଚିକିତ୍ସା ପାଇଁ ଦିନକୁ ଦରକାର ୧୫,୦୦୦ ଟଙ୍କା। ମାଗୁଣି କରି ଟଙ୍କା ପଠାଉଛନ୍ତି ବାପା ମା। କିନ୍ତୁ ଦିନକୁ ଏତେ ଗୁଡାଏ ଟଙ୍କା ଦେବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଛି।

ଖବର ମୁତାବକ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ମଲିଆ ଗ୍ରାମର ବିଶ୍ଵନାଥ ଜେନା ଗତ ଚାରିମାସ ତଳେ ବାଙ୍ଗାଲୋର କୁ ରୋଜଗାର ପାଇଁ ଯାଇଥିଲେ କିନ୍ତୁ ହଠାତ୍ ଦେହ ଖରାପ ହେବାରୁ ସ୍ଥାନୀୟ ସରକାରୀ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ କିନ୍ତୁ କରୋନା ଯୋଗୁ ସେଠାରେ ତାଙ୍କ ର ଚିକିତ୍ସା ହୋଇ ପାରି ନଥିଲା।ତେଣୁ ଜଣେ ଅଟୋ ଚାଳକ ସହାୟତାରେ ସେ ଏକ ବେସରକରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

କିନ୍ତୁ ଚିକିତ୍ସା ପାଇଁ ଦିନକୁ ଦରକାର ୧୫,୦୦୦ ତାଙ୍କ ଯାହା ପରିଶୋଧ କରିବା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଅସମ୍ଭବ। ସେଥିପାଇଁ ମାଗୁଣି କରି ଗ୍ରାମ ବାସୀ ଙ୍କ ସହାୟତା ରେ ପୁଅ ପାଖକୁ ଟଙ୍କା ପଠାଉଛନ୍ତି ବାପା ମା।ତେବେ ଏ ବିଷୟରେ ସେ ସ୍ଥାନୀୟ ସରପଞ୍ଚ ଏବଂ ବିଧାୟିକାଙ୍କୁ ଭେଟି ତାଙ୍କ ପୁଅକୁ ଫେରେଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି