ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସମୟରେ ନିଜ କଥା ଭାବିବାରେ ସମସ୍ତେ ବ୍ୟସ୍ତ । ନିଜେ କିପରି ସୁରକ୍ଷିତ ରହିବେ ସେ ନେଇ ସମସ୍ତେ ଚିନ୍ତାରେ । କିନ୍ତୁ ଏମିତି ବି କିଛି ଲୋକ ରହିଛନ୍ତି ଯେଉଁମାନେ ନିଜ ସୁରକ୍ଷା ସହ ଅନ୍ୟର ସୁରକ୍ଷା କଥା ବି ଭାବୁଛନ୍ତି । ଏମିତି କିଛି ଲୋକ ଯେଉଁମାନେ ନିଜ ଜୀବନଠୁ ଆଗରେ ରଖିଛନ୍ତି ନିଜେ ପାଳିଥିବା ପୋଷା ପଶୁଙ୍କୁ । ନିଜ ମାସ୍କକୁ ଖୋଲି ସେମାନଙ୍କୁ ମାସ୍କ ପିନ୍ଧାଇବାର ଦୃଶ୍ୟ ଏବେ ଭାଇରାଲ ହେଉଛି । କରୋନା ମହାମାରୀ କବଳରେ ବିଶ୍ୱ । ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା ।

ତେବେ ଏହି ସମୟରେ ଲୋକ ମାନେ ନିଜ ସୁରକ୍ଷା କଥା ଚିନ୍ତା କରୁଛନ୍ତି । ଆଉ ଏମିତି କିଛି ଲୋକ ବି ରହିଛନ୍ତି ଯେଉଁମାନେ କି ନିଜ ପାଳିତ ପଶୁଙ୍କ କଥା ଭାବୁଛନ୍ତି । ତେବେ ଆମେ ଗତବର୍ଷ ଲାଗିଥିବା ଲକଡାଉନ୍ ବେଳେ ଗୋଟିଏ କଥା ସ୍ପଷ୍ଟ ହୋଇଛେ ଯେ, ଜୀବନରେ ଏକଲାପଣରୁ ମୁକ୍ତ ପାଇଁ ଏକ ଗୃହପାଳିତ ପଶୁ ନିହାତି ଆବଶ୍ୟକ । କିଛିଦିନ ହେବ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନିଜ ପୋଷା କୁକୁରକୁ କାନ୍ଧରେ ବୁହାଉଛନ୍ତି ଏହି ବ୍ୟକ୍ତି ଜଣକ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ପିନ୍ଧିଥିବା ମାସ୍କକୁ ବ୍ୟକ୍ତ ଜଣକ ନିଜେ ନପିନ୍ଧି ନିଜ ପୋଷା କୁକୁରକୁ ପିନ୍ଧାଇଛନ୍ତି । ଆଉ ଏନେଇ ତାଙ୍କୁ ପ୍ରଶ୍ନ ପଚାରିଲେ କହୁଛନ୍ତି ନିଜେ ମରିଯିବେ କିନ୍ତୁ ନିଜ ପୋଷା କୁକୁରକୁ ମରିବାକୁ ଦେବେନି । କାରଣ ମହାମାରୀ କବଳ ମଣିଷ ନୁହେଁ କିଛି ପଶୁ ମାନଙ୍କୁ ମଧ୍ୟ ସଂକ୍ରମିତ କରିଥିବା ଖବର ସାମ୍ନାକୁ ଆସି ସାରିଛି । ଏହାକୁ ବହୁ ଲୋକ ସେୟାର କରିବା ସହ କୁକୁର ଓ ମଣିଷ ଭିତରେ ଥିବା ସମ୍ପର୍କକୁ ଏହା ଅତି ନିଖୁଣ ଭାବେ ବର୍ଣ୍ଣନା କରୁଥିବା କହିଛନ୍ତି । ବ୍ୟକ୍ତି ଜଣକ ଏହି କୁକୁରକୁ ପିଲା ଦିନରୁ ପାଳିଛନ୍ତି ।

ତେଣୁ କୌଣସି ବି ମୁହୁର୍ତ୍ତରେ ତାକୁ ହରାଇବାକୁ ଚାହୁଁ ନଥିବା କହିଛନ୍ତି । ଏହି ଭିଡିଓ ଦେଖିବା ପରେ ଏବେ ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମହାମାରୀ ସମୟରେ ସାମ୍ନାକୁ ଆସିଥିବା ଏପରି ଘଟଣା ପ୍ରଥମ ନୁହଁ । ଅନେକ ଲୋକ ନିଜ ଗୃହ ପାଳିତ ପଶୁଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଖବର ପ୍ରତିଦିନ ସାମ୍ନାକୁ ଆସିଛି । ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ଜଣେ ଲୋକ ନିଜ ସାଇକେଲ ଯୋଗେ ନିଜ କୁକୁରକୁ ସାଥିରେ ଧରି ତାକୁ ମଧ୍ୟ ମାସ୍କ ପିନ୍ଧାଇଥିଲେ । ନିଜର ଏକଲା ପଣ ଦୂର କରିବାରେ ଏକ ଗୃହପାଳିତ ପଶୁର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁ ଯେଉଁମାନେ ବି ନିଜ ଘରେ ଗୃହ ପାଳିତ ପଶୁ ରଖିଛନ୍ତି ଏହି ମହାମାରୀ ସମୟରେ ତାଙ୍କୁ ନେଇ ଅଧିକ ସତର୍କ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *