ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ

ଜଗତସିଂପୁର (ବଡ଼ ଖବର ବ୍ୟୁରୋ) ଗୋଟିଏ ଚୋରି ବାଇକ କୁ ଧରିବାକୁ ଯାଇ ପୋଲିସ ହାତରେ ଲାଗିଲା ୫ଟି ଚୋରି ବାଇକ । ଘଟଣା ଟି ଘଟି ଥିଲା ଜଗତସିଂହପୁର ଥାନା ଅଧିନସ୍ତ ଆଳିପିଙ୍ଗଳ ବଜାର ରେ । ଏହି ବଜାର ରେ ଦିବ୍ୟସିଙ୍ଗ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ରଙ୍ଗଦୋକାନ ସମ୍ମୁଖରେ ନିଜ ବାଇକଟିକୁ ରଖି ଗୋଦାମ ଗୃହ କୁ ଯାଇଥିବା ସମୟରେ ଜଣେ ଦୁର୍ବୁତ୍ତ ତାଙ୍କ ଦୋକାନ ର କ୍ୟାସ ବାକ୍ସ ରୁ ଟଙ୍କା ନେଇ ଯିବାସହିତ ତାଙ୍କ ବାଇକ ଟିକୁ ମଧ୍ୟ ନେଇ ଚମ୍ପଟ ମାରିଥିଲା ।ଅନେକ ଖୋଜାଖୋଜି ପରେବି ବାଇକ ଫେରି ପାଇନଥିଲେ । ଏ ନେଇ ସେ ଜଗତସିଂହପୁର ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ କ୍ରମେ ଘଟଣା ର ତଦନ୍ତ କରି ଏହି କାରବାର ରେ ସମ୍ପୃକ୍ତ ଥିବା ତିନି ଜଣ ଯୁବକ ରଂଜିତ ସ୍ୱାଇଁ, ମହେନ୍ଦ୍ର ରାଉତ ଓ ଅନନ୍ତ ମଲ୍ଲିକ ଏହି ତିନି ଜଣକୁ ଗିରଫ କରିଥିଲା । ଏଥିସହିତ ସେମାନଙ୍କ ନିକଟରୁ ୫ ଟି ଚୋରି ବାଇକ ଓ ନଗଦ କିଛି ଟଙ୍କା ମଧ୍ୟ ଜବତ କରିଥିଲା । ଯାହାକୁ ନେଇ ଆଜି ଜଗତସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!