Masthead

କରୋନାରେ ଆଖି ବୁଜିଲେ ଶ୍ୟାମ

ମୁମ୍ବାଇ (ବଡ ଖବର ବ୍ୟୁରୋ): କାଳ ସାଜିଛି କରୋନା । ବଢି ବଢି ଚାଲିଛି କରୋନା ସଂକ୍ରମଣ । ଏଥିରେ ଅନେକ ନିଜ ଜୀବନ ମଧ୍ୟ ହାରି ସାରିଲେଣି । ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ, ଚାରିଆଡେ କରୋନାର ହା ହା କାର । ତେବେ ନିକଟରେ ଭୋଜପୁରୀ ଇଣ୍ଡଷ୍ଟ୍ରି ହରେଇଛି ଜଣେ ଗୀତିକାରଙ୍କୁ । ଏହି କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଗୀତିକାର ଶ୍ୟାମ ଦେହାତି । ତାଙ୍କ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଦୁଇ ଦିନ ପୂର୍ବେ ଶ୍ୟାମଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା,

କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଏହି ଖବର ଶୁଣି ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ ଯାଦବ ଏବଂ ଅଞ୍ଜନା ସିଂ ଶୋକ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ଶ୍ୟାମଙ୍କ ଫଟୋ ସେୟାର କରି ଖେସରୀ କ୍ୟାପସନରେ ଲେଖିଛନ୍ତି, ‘ଆମର ସମସ୍ତ ଚେଷ୍ଟା ସତ୍ତ୍ବେ ଆମେ ଆମ ଭାଇ ଶ୍ୟାମଙ୍କୁ ବଞ୍ଚାଇପାରିଲୁନି । ତାଙ୍କ ମୃତ୍ୟୁରେ ମୁଁ ଭାଙ୍ଗି ପଡିଛି । ଭାଇ , ଆପଣ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ଆପଣଙ୍କ ଦ୍ବାରା ଲିଖିତ ପ୍ରତ୍ୟେକ ଗୀତ ଆପଣଙ୍କୁ ଆମ ମଧ୍ୟରେ ଅନୁଭବ କରିବାଇବ । ଭଗବାନ ଆପଣଙ୍କର ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରିଟି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ