Masthead

ସୁଶାନ୍ତଙ୍କ “ନ୍ୟାୟ’

ମୁମ୍ବାଇ(ବଡ ଖବର ବ୍ୟୁରୋ): ଆସୁଛି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାୟୋପିକ୍ ଫିଲ୍ମ। ଏହି ଫିଲ୍ମର ନାଁ ରହିଛି ଫନ୍ୟାୟ’। ନିକଟରେ ଏହାର ଟିଜର ରିଲିଜ ହୋଇଛି। କିନ୍ତୁ ଯାହାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଛି । ତେବେ ଏହି ଫିଲ୍ମ ଉପରେ ରୋକ୍ ଲଗାଇବା ପାଇଁ ଅପିଲ ହୋଇଛି। ଏଥିସହ ହାଇକୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି। ଏପରି କରିଛନ୍ତି ଖୋଦ୍ ସୁଶାନ୍ତଙ୍କ ବାପା କେକେ ସିଂହ ଜ୍ଝ ଏହି ବାୟୋପିକ୍ ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛନ୍ତି କେକେ ସିଂହ ।

ତାଙ୍କ କହିବା ଅନୁଶାରେ ତାଙ୍କ ପରିବାରର ବିନା ଅନୁମତିରେ ସୁଶାନ୍ତଙ୍କ ବାୟୋପିକ୍ ଫିଲ୍ମ ତିଆରି କରାଯାଇଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ ଆଣିଛନ୍ତି । ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନୋଟିସ ଜାରି କରିଛନ୍ତି। ତେବେ କହି ରଖିବାକୁ ଚାହିବୁ ଯେ ଗତ ବର୍ଷ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଯାହାକୁ ନେଇ ବଲିଉଡର ଅନେକ ସେଲିବ୍ରିଟି ଏହି କେସ୍ ରେ ଫସିଥିଲେ । ଏହି କେସ୍ର ବର୍ତ୍ତମାନ ସୁଧା କୌଣଷି ନିସ୍କର୍ଷ ବାହାରି ପାରି ନାହିଁ । ପରବର୍ତ୍ତି ସମୟରେ ଏହି କେସରେ ଡ୍ରଗ୍ସ କାରବାର ର ଲିଙ୍କ ଥିବା ମଧ୍ୟ ଜଣା ପଡିଥିଲା । ଏଥିରେ ଅନେକ ନାମିଦାମୀ କଳାକାରଙ୍କର ନାଁ ମଧ୍ୟ ଯୋଡି ହେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ