Masthead

ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଜରିଆରେ ଭାରତୀୟ ରେଳ ସାରା ଦେଶର ୧୩୦୯ଟି ଷ୍ଟେସନର ବିକାଶ ଓ ନବୀକରଣ କାର୍ଯ୍ୟ ହାତକୁ ନେଇଛି ।ସେଥିମଧ୍ୟରୁ ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ନବୀକରଣ କରାଯିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି ।ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ଷ୍ଟେସନର ବିକାଶ କରାଯିବ ।ଏଥିପାଇଁ ୫୪୭.୭ଟଙ୍କା ଖର୍ଚ୍ଚ କରାଯିବା ନେଇ ଆକଳନ କରାଯାଇଛି । ଭାରତ ଷ୍ଟେସନ ଯୋଜନାରେ ବିଭିନ୍ନ ଷ୍ଟେସନ ଗୁଡିକର ନବୀକରଣ କାର୍ଯ୍ୟ କରାଯିବା ସହ ଉକ୍ତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ ।

ଯାତ୍ରୀମାନଙ୍କ ସୁବିଧା ଲାଗି ଷ୍ଟେସନ ପରିସରରେ ଏସ୍କାଲେଟର, ମାଗଣା ୱାଇଫାଇ ,ସ୍ମାର୍ଟ ପାର୍କିଂ ଭଳି ସୁବିଧା ରହିବ ।ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ ଷ୍ଟେସନର ନବୀକରଣ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସେଥିମଧ୍ୟରୁ ପୂର୍ବତଟ ରେଳପଥର ୨୫ଟି ଷ୍ଟେସନକୁ ସାମିଲ କରାଯାଇଛି । ଏହି ଷ୍ଟେସନ ଗୁଡିକ ହେଉଛି ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ପଲାସା, ମେରାମଣ୍ଡଲୀ, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ,ତାଳଚେର ରୋଡ,ଖୋର୍ଦ୍ଧା ରୋଡ,କଣ୍ଟାବାଞ୍ଜି, ବରଗଡ ରୋଡ, ହୀରାକୁଦ, ରେଢାଖୋଲ, ବରପାଲି, ମୁନିଗୁଡା, ବଲାଙ୍ଗିର, ହରିଶଙ୍କର ରୋଡ, ଖରିଆର ରୋଡ,ବିଜୟନଗରମ, ଦୁଭଡାଏବଂ ଦାମନଯୋଡି ଷ୍ଟେସନ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି