Masthead

ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଜଗତସିଂହପୁରରେ ପ୍ରବେଶ କଲା ବନ୍ୟା ଜଳ । ତିର୍ତ୍ତୋଲ ବ୍ଲକ ଲକଛକ ମୁଣ୍ଡାସାହି ନିକଟରେ ପ୍ରବେଶ କଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ସମୀକ୍ଷା କରିଛନ୍ତି ତିର୍ତ୍ତୋଲ ତହସିଲଦାର ଓ ଆର ଆଇ । ପାଣି ଘେରରେ ଥିବା ଲୋକମାନଙ୍କୁ ଭୟବିତ ନହେବାକୁ ପରାମର୍ଶ ଦେବା ସହିତ ପାଣି ବଢ଼ିଲେ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ରିଲିଫ ସାମଗ୍ରୀ ଦିଆଯିବା ସହିତ ସମ୍ପୁର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ସଜାଗ ରହିବା ସହିତ ସମସ୍ତ ଅଧିକାରୀ ସହ ସ୍ଥାନୀୟ ସରପଞ୍ଚଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି।

ପାଣି ବଢ଼ିଲେ ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରାଯିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ମହେଶ୍ବର ବେହେରା କହିଛନ୍ତି। ନିର୍ବାଚନ ଆସିଲେ ଅନେକ ନେତା ଆସନ୍ତି ଭୋଟ ପାଇଁ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥାନ୍ତି। ସବୁଠୁ ଦୁଃଖର କଥା ହେଉଛି ତାଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନାରେ ଯେଉଁ ଘର ଯୋଗାଇ ଦିଆଯାଇଛି ତାହା ମଧ୍ୟ ଖାଲରେ ନିର୍ମାଣ କରାଯାଇଛି। ବନ୍ୟାଜଳ ଏହି ବସ୍ତିରେ ପଶିବା କ୍ଷଣି ଯୋଗାଇ ଦିଆଯାଇଥିବା ବାସ ଗୃହ ରେ ମଧ୍ୟ ପାଣି ପଶିଥାଏ। ସେଥିପାଇଁ ଏ ପର୍ୟ୍ୟନ୍ତ ସେ ଘରେ କେହି ରହିବା ସମ୍ଭବ ହୋଇପାରି ନାହିଁ। ଯାହା ଫଳରେ ଏହି ମୁଣ୍ଡା ବସ୍ତିରେ ବସବାସ କରୁଥିବା ଲୋକମାନେ ନାଇଁ ନଥିବା ହଇରାଣ ହେଉଛନ୍ତି।ତେବେ ଏହାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା