Masthead

କରୋନାକୁ ନେଇ ଚିନ୍ତିରେ ପିପିଲିବାସୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ପ୍ରାଥି ଅଜିତ ଓ ତାଙ୍କ ମାଁଙ୍କର ଅକାଳ ବିୟୋଗ ପରେ ଚିନ୍ତାପ୍ରକଟ କରିଛନ୍ତି ପିପିଲିର ସାଧାରଣ ଜନତା । ପିପିଲିରେ ଓ ଡେଲାଙ୍ଗରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ ହେଲେଣି । ଆଗାମି ଦିନରେ ହେବାକୁ ଥିବା ଉପନିର୍ବାଚନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିବ । ପୁରୀ ଜିଲ୍ଲାରେ ବଜାରଘାଟର ସ୍ଥିତିକୁ ଦେଖିଲେ କିଛି ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିବାର ଆସଙ୍କା କରାଯାଉଛି ।

ଡେଲାଙ୍ଗ ଅଞ୍ଚଳରୁ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଏପରିକି ପିପିଲିରେ ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିବା କିଛି ନେତା କରୋନା ଆକ୍ରାନ୍ତ ହୋଇଛନ୍ତି । ତଥାପି କରୋନାକୁ ନେଇ ଲୋକମାନେ ସଚେତନ ନୁହଁନ୍ତି । ଆସନ୍ତା ୧୩ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରାଥିଙ୍କ ପାଇଁ ଭୋଟ ଭିକ୍ଷାକରିବା ପାଇଁ ଗଲା ବେଳେ କରୋନା ବ୍ୟାପିବାର ଆସଙ୍କା କରୁଛନ୍ତି ବୁଦ୍ଧିଜିବୀ । ଯଦିଓ ବିଜେଡି ପିପିଲିରେ ରାଲି ଓ ସଭା କରିବ ନାହିଁ ବୋଲି ସୁପ୍ରିମୋ ଘୋଷଣା କରିଛନ୍ତି ତଥାପି ଅନ୍ୟ ଦଳ ତାଙ୍କ ପ୍ରାଥି ପାଇଁ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି । ଯାହା ସଂକ୍ରମଣ ବଢିବାରେ ମୁଖ୍ୟ କାରଣ ହୋଇପାରେ ।

ଅମାନିଆ ସରକାରୀ କଟକଣାକୁ ନ ମାନି ଲୋକମାନଙ୍କୁ ବୁପଦରେ ପକାଉଛନ୍ତି । ଏମାନଙ୍କୁ ନିୟନ୍ତ୍ରମରେ ନେବା ପାଇଁ ପ୍ରଶାସନ କଠୋର ହେବା ଆବଶ୍ୟକତା ରହିଛି । କରୋନା କଟକଣା ଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏହାକୁ ଅଣଦେଖା କରୁଛନ୍ତି ବୋଲି ସମାଜସେବୀ ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ ପରବର୍ତ୍ତି ସମୟରେ ପିପିଲିରେ କରୋନା ସ୍ଥିତି ସଙ୍ଗିନ ହେବାର ଆସଙ୍କା କରାଯାଉଛି । ସେପଟେ ନିର୍ବାଚନ ପାଇଁ ସରକାରୀ କଟକଣା ଥିଲେ ମଧ୍ୟ ଏହାକୁ ଆଗଧାଡିର ଦଳ ମାନୁ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପିପିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ