Masthead

କରୋନାକୁ ନେଇ ଚିନ୍ତିରେ ପିପିଲିବାସୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ପ୍ରାଥି ଅଜିତ ଓ ତାଙ୍କ ମାଁଙ୍କର ଅକାଳ ବିୟୋଗ ପରେ ଚିନ୍ତାପ୍ରକଟ କରିଛନ୍ତି ପିପିଲିର ସାଧାରଣ ଜନତା । ପିପିଲିରେ ଓ ଡେଲାଙ୍ଗରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ ହେଲେଣି । ଆଗାମି ଦିନରେ ହେବାକୁ ଥିବା ଉପନିର୍ବାଚନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିବ । ପୁରୀ ଜିଲ୍ଲାରେ ବଜାରଘାଟର ସ୍ଥିତିକୁ ଦେଖିଲେ କିଛି ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିବାର ଆସଙ୍କା କରାଯାଉଛି ।

ଡେଲାଙ୍ଗ ଅଞ୍ଚଳରୁ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଏପରିକି ପିପିଲିରେ ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିବା କିଛି ନେତା କରୋନା ଆକ୍ରାନ୍ତ ହୋଇଛନ୍ତି । ତଥାପି କରୋନାକୁ ନେଇ ଲୋକମାନେ ସଚେତନ ନୁହଁନ୍ତି । ଆସନ୍ତା ୧୩ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରାଥିଙ୍କ ପାଇଁ ଭୋଟ ଭିକ୍ଷାକରିବା ପାଇଁ ଗଲା ବେଳେ କରୋନା ବ୍ୟାପିବାର ଆସଙ୍କା କରୁଛନ୍ତି ବୁଦ୍ଧିଜିବୀ । ଯଦିଓ ବିଜେଡି ପିପିଲିରେ ରାଲି ଓ ସଭା କରିବ ନାହିଁ ବୋଲି ସୁପ୍ରିମୋ ଘୋଷଣା କରିଛନ୍ତି ତଥାପି ଅନ୍ୟ ଦଳ ତାଙ୍କ ପ୍ରାଥି ପାଇଁ ପ୍ରଚାର କରିବେ ବୋଲି ଅନୁମାନ କରାଯାଉଛି । ଯାହା ସଂକ୍ରମଣ ବଢିବାରେ ମୁଖ୍ୟ କାରଣ ହୋଇପାରେ ।

ଅମାନିଆ ସରକାରୀ କଟକଣାକୁ ନ ମାନି ଲୋକମାନଙ୍କୁ ବୁପଦରେ ପକାଉଛନ୍ତି । ଏମାନଙ୍କୁ ନିୟନ୍ତ୍ରମରେ ନେବା ପାଇଁ ପ୍ରଶାସନ କଠୋର ହେବା ଆବଶ୍ୟକତା ରହିଛି । କରୋନା କଟକଣା ଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏହାକୁ ଅଣଦେଖା କରୁଛନ୍ତି ବୋଲି ସମାଜସେବୀ ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ ପରବର୍ତ୍ତି ସମୟରେ ପିପିଲିରେ କରୋନା ସ୍ଥିତି ସଙ୍ଗିନ ହେବାର ଆସଙ୍କା କରାଯାଉଛି । ସେପଟେ ନିର୍ବାଚନ ପାଇଁ ସରକାରୀ କଟକଣା ଥିଲେ ମଧ୍ୟ ଏହାକୁ ଆଗଧାଡିର ଦଳ ମାନୁ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପିପିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?