Masthead

ଅପରାଧିକ ମାମଲା ରେ ଫସିଲେ ଓୟୋ ମୁଖ୍ୟ ରିତେଶ ଅଗ୍ରଓ୍ଵାଲ ।

ବଡ଼ ଖବର ବ୍ୟୁରୋ:
ଭୁବନେଶ୍ୱର: ଓଡ଼ିଶା ର ଯୁବ ଉଦ୍ଦ୍ୟୋଗୀ ରିତେଶ ଅଗ୍ରଓ୍ଵାଲଙ୍କ ସ୍ଥାପିତ କମ୍ପାନି ଓୟୋ ହୋଟେଲ୍ସ ଏଣ୍ଡ ହୋମ୍ସ ଏବେ ଆଇନଗତ ବିବାଦରେ ଫସିଯାଇଛି । ଅନେକ ସମୟରେ ଏହି କମ୍ପାନି ବିରୁଦ୍ଧରେଠକେଇ ଅଭିଯୋଗଆସୁଛି ।
ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ମାନ୍ଦା ଥିବାବେଳେ ଅନ୍ୟପଟେ ଏସବୁ ଆଇନଗତ ମାମଲା କମ୍ପାନିକୁ ସଙ୍କଟାପନ୍ନ ମଧ୍ୟକୁ ଠେଲିଦେଇଛି ।
ପଞ୍ଜାବର ମୋହାଲିଠାରେ ରିତେଶ ଅଗ୍ରଓ୍ଵାଲ ଓ ଓୟୋର ଲକଜୁରୀ ବ୍ରାଣ୍ଡ ୱେଡ୍ଡିଙ୍ଗ ସ ର ମୁଖ୍ୟ ସଂଦୀପ ଲୋଧାଙ୍କ ବିରୁଦ୍ଧରେ ଏକ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜ୍ଜୁ ହୋଇଛି । ଚଣ୍ଡିଗଡ଼ର ଜଣେ ବିକାଶ ଗୁପ୍ତା ନାମକ ଜଣେ ବ୍ୟବସାୟୀ କମ୍ପାନି ବିରୁଦ୍ଧରେ ଏହି ମାମଲା ରୁଜ୍ଜୁ କରିଛନ୍ତି । ନିଜର ଏଫଆଇଆରରେ ସେ ଅଭିଯୋଗ କରିଛନ୍ତି ଯେ ଓୟୋ ମୁଖ୍ୟ ରିତେଶ ଓ ସଂଦୀପ ତାଙ୍କ ସହ ଚଞ୍ଚକତା କରି ଏକ ଚୁକ୍ତି କରିନେଇଛନ୍ତି । ଏଫଆଇଆର ପରେ ମୋହାଲିର ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଓୟୋ କମ୍ପାନି ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ