Masthead

ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ

ଧାମନଗର (ବଡ଼ ଖବର ବ୍ୟୁରୋ): ଧାମନଗର ଥାନା ସୋଧ ରାଜସ୍ୱ ମଣ୍ଡଳ ଅଧିନ ସୋହଡ଼ା, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତରେ ଚାଲିଥିବା ୪ ଟି ବେଆଇନ ବାଲିଘାଟକୁ ଖଣି ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତିରେ ମଙ୍ଗଳବାର ସଂଧ୍ୟାରେ ବନ୍ଦ କରାଯାଇଛି। ତେବେ ଆଖପାଖରେ ଆଉ ୩ ଟି ବେଆଇନ ଘାଟ ବନ୍ଦ ହୋଇପାରି ନାହିଁ। ଏହାକୁ ବୁଧବାର ବନ୍ଦ କରାଯିବ ବୋଲି ଭଦ୍ରକ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀ କହିଛନ୍ତି। ସୋହଡ଼ା ପଞ୍ଚାୟତର ଷେଣ୍ଢପୁର, ଖଡ଼ିପଦାର ମୁଥାନଗର ଓ ଆନନ୍ଦପୁରର ନଡ଼ିଆବାଗ ଜେନାସାହି ସିଧାରେ ନଦୀବନ୍ଧରେ ଗଡ଼ା କରାଯାଇ ବୈତରଣୀ ଗର୍ଭରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିଲା।

ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କୁ ଲଗାଇ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ଉଠାଉ ଥିଲେ। ଦୈନିକ ପ୍ରତ୍ୟେକ ଘାଟରୁ ୫୦ ଅଧିକ ଟ୍ରିପ ବାଲି ଉଠା ଯାଉଥିଲା। ପ୍ରତ୍ୟେକ ଟ୍ରିପ କୁ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ୪୦୦ ଟଙ୍କାରେ ବିକ୍ରି କରୁଥିଲେ। ଏଣୁ ଗୋଟିଏ ଘାଟରୁ ସେହି ବ୍ୟକ୍ତି ୨୦୦୦୦ ଟଙ୍କା ଲେଖାଏଁ ରୋଜଗାର କରୁଥିଲେ। ବୈତରଣୀ ନଦୀରେ ଉପଯୁକ୍ତ ପରିମାଣର ବାଲି ଗଛିତ ନଥିବାରୁ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ବିରୋଧ ଯୋଗୁଁ ଗତ କିଛି ବର୍ଷ ହେଲା ସୈରାତ ଉତ୍ସ ନିଲାମ ହୋଇ ପାରୁନାହିଁ। ଏହାର ସୁଯୋଗ ନେଇ ରାଜନୀତିରେ ସଂପୃକ୍ତ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କୁ ଏକତ୍ର କରୁଥିଲେ। ଜେସିବି ବା ଡୋଜର ମେସିନ ଭଡ଼ାରେ ଆଣି ବାଲିଘାଟ କରୁଥିଲେ। ରାତିରେ ପାଣିରୁ ବାଲି କାଢ଼ି ଉପରେ ଠୁଳ କରନ୍ତି।

ଆଉ ପାହାନ୍ତିଆରୁ ସେହି ବାଲିକୁ ଚୋରାରେ ଚାଲାଣ କରି ଆସୁଥିଲେ। ଦୈନିକ ଶହ ଶହ ଗାଡ଼ି ନଦୀବନ୍ଧରେ ଯିବା ଆସିବା କରିବା ଦ୍ୱାରା ରାସ୍ତା ନଷ୍ଟ ହେଉଥିଲା। ନଦୀବନ୍ଧ ଦୁର୍ବଳ ହେଉଥିଲା। ଏହିସବୁ ବେଆଇନ ବାଲି ଘାଟକୁ ବନ୍ଦ କରିବା ଲାଗି ସ୍ଥାନୀୟ ଲୋକେ ତହସିଲଦାର ଓ ଖଣି ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ। ତେବେ ମଙ୍ଗଳବାର ସଂଧ୍ୟା ରେ ଅଚାନକ କନିଷ୍ଠ ଖଣି ଅଧିକାରୀ, ଧାମନଗର ତହସିଲଦାର ଓ ପୋଲିସ ସହାୟତାରେ ବାଲି ଘାଟରେ ଚଢ଼ଉ କରିଥିଲେ। ତା ସହିତ ନଦୀକୁ ହୋଇଥିବା ଗଡ଼ାକୁ ଜେସିବି ଆଣି କାଟି ଦେଇଥିଲେ। ପରବର୍ତ୍ତୀ ସମୟରେ ଯଦି ବାଲି ମାଫିଆ ମାନେ ସେଠାରେ ବାଲି ଉଠାନ୍ତି ତେବେ ସେମାନଙ୍କ ବିରୋଧରେ ଆଇନୀଗତ କାର୍ୟ୍ୟନୁଷ୍ଟାନ ଗ୍ରହଣ କରା ଯିବ ବୋଲି ଖଣି ଅଧିକାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର