Masthead

ସମ୍ପର୍କୀୟଙ୍କ ପରିଚୟ ଦେଇ ଲୁଟ

ସୋର (ବଡ଼ ଖବର ବ୍ୟୁରୋ): ସମ୍ପର୍କୀୟଙ୍କ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍ । ସିସି ଟିଭି କ୍ୟାମେରାରେ କଏଦ ହେଲା ବାଇକରେ ବସାଇ ନେବା ବେଳର ଦୃଶ୍ୟ । ସମ୍ପର୍କୀୟ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ପାଦଧୂଳି ନେଇ ଅଭିନବ ଉପାୟରେ ୩୦ ହଜାର ଟଙ୍କା ଲୁଟି ନେଇଛି ଲୁଟେରା । ପାଖ ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ଆବାସ ଯୋଜନାର ଦ୍ଵିତୀୟ କିସ୍ତି ତିରିଶ ହଜାର ଟଙ୍କା ଧରି ବ୍ୟାଙ୍କର ଉପର ମହାଲାରୁ ତଳକୁ ଆସିଥିଲେ ।

ତଳେ ଲୁଚି ରହିଥିବା ଲୁଟେରା ଏକ ନାଲି ମୋଟର ସାଇକେଲରେ ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ପାଦ ଧୂଳି ନେବା ସହ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲା । ବୃଦ୍ଧ ଦମ୍ପତି ରାଜି ନହେଲେ ମଧ୍ୟ ତାଙ୍କୁ ବାଧ୍ୟ କରାଇ ମଟର ସାଇକେଲରେ ବସେଇଥିଲା । ଲୁଟେରା ଟଙ୍କା ବ୍ୟାଗକୁ ଗାଡ଼ି ହ୍ୟାଣ୍ଡେଲରେ ଟାଙ୍ଗିଥିଲା । ପରେ ଲୁଟେରା ବୃଦ୍ଧ ଦମ୍ପତିଙ୍କୁ କିଛି ବାଟ ନେଲା ପରେ ରାଇପୁର ଠାରେ ଓଲ୍ଲାଇ ଦେଇ ଟଙ୍କା ବ୍ୟାଗ ନେଇ ଚଂପଟ୍ ମାରି ଥିଲା । ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସୋର ପୁଲିସ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ