Masthead

ଗେଟ ଖୋଲିଲା ଛତିଶଗଡ଼, ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ଖୋଲିଲା ଗେଟ, ଓଡ଼ିଶାରେ ନେତା ମୁହାଁମୁହିଁ । ଚାଲାକି କରି କଲାମ ଗେଟ ଖୋଲିଛି ଛତିଶଗଡ଼ । ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିଜେପି ଅଭିଯୋଗ କରିଛି ମହାନଦୀ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କେବଳ ଶାସକ ଦଳ ମହାନଦୀକୁ ପ୍ରସଙ୍ଗ କରି ଆସିଛି । କେବେ ବି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେଇ ନ ଥିଲେ କି ଆଜି ବି ନେବା ଭଳି ମନେ ହେଉନି । ଛତିଶଗଡ଼ ଉପର ମୁଣ୍ଡରେ ଥିବାରୁ ବନ୍ଧ ବାନ୍ଧିବା ଠୁ ନେଇ ବ୍ୟାରେଜ ନିର୍ମାଣ କରି ଚାଲିଲା ସରକାର ଚୁପ ବସିଲେ । ଏବେ ଟ୍ରିବ୍ୟୁନାଲ ଟିମର ତଦନ୍ତକୁ ପ୍ରଭାବିତ କରିବାକୁ ଚାଲାକି କଲା ଏବେ ବି ସରକାର ଚୁପ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ତଳ ମୁଣ୍ଡରେ ଆଜି ପର୍ଯ୍ୟନ୍ତ ବି ବ୍ୟାରେଜ କଲେନି ଯାହାର ପରିଣାମ ରାଜ୍ୟବାସୀ ଆଜି ଭୋଗୁଛନ୍ତି କହିଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ବିଜେପି ପ୍ରସ୍ତାବ ଦେଇଥିଲା କିନ୍ତୁ ସରକାର ତାହା ନ କରି କେବଳ ରାଜନୈତିକ ରୋଟି ସେକିବାକୁ ଚେଷ୍ଟା କଲେ । ସେପଟେ ବିଜେଡି କହିଛି ମହାନଦୀର ପାଣି ସମସ୍ୟା ରହିଛି, ସେମାନେ ଯାହା ଡ୍ୟାମ କରିଛନ୍ତି ମହାନଦୀ ଆମ ଓଡ଼ିଶା ଦେଇକି ଯାଉଛି । ସବୁ ବେଳେ ସମସ୍ୟା ହେଉଥିବାରୁ ଆମେ ଟ୍ରିବୁନାଲ ଯାଇଛୁ । ସମସ୍ତ ନିୟମ ପାଳନ କରି କାର୍ୟ୍ୟ କରିବା କଥା । ଏବେ ଗେଟ ଖୋଲିଦେଇଛନ୍ତି ତାହା ଠିକ ନୁହଁ । ଚାଲାକି କଲେ ବି ଟ୍ରିବୁନାଲ ଦେଖିବ ବୋଲି କହିଛନ୍ତି ରାଜେନ୍ଦ୍ର ଢୋଲକିଆ । ଇଲିଗାଲ ଭାବେ ଡ୍ୟାମ କରିଥିବାରୁ ଆମେ ଟ୍ରିବୁନାଲ ଯାଇଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ