Masthead

ଜଳ ପାଇଁ ଡହଳବିକଳ

ଭୁବନ(ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମଋତୁରେ ଦେଖାଦେଇଛି ଜଳ କଷ୍ଟ । ଜୀବନକୁ ବାଜି ଲଗେଇ ଘଞ୍ଚ ଜଙ୍ଗଲ ପାରହୋଇ ଚୂଆରୁ ଆଣୁଛନ୍ତି ପିଇବାପାଣି । ଯେଉଁ ପାଣିକୁ ବ୍ୟବହାର କରନ୍ତି ବନ୍ୟଜନ୍ତୁ ଓ ପକ୍ଷୀମାନେ । ଗ୍ରାମବାସୀଙ୍କର ସକାଳେ ଓ ସନ୍ଧ୍ୟାରେ ଦୁଇଥର ଭିଡ ଦେଖିବାକୁ ମିଳିଥାଏ ସେହି ଏକମାତ୍ର ଚୂଆ ପାଖରେ । ପ୍ରଶାସନ ପକ୍ଷରୁ ଏହି ଗ୍ରାମକୁ ଯୋଗାଇ ଦିଆଯାଇଛି ଗୋଟିଏ କୂଅ, ଗୋଟିଏ ନଳକୂପ ଓ ସୋଲାର ଜଳ ପ୍ରକଳ୍ପ ।

କିନ୍ତୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଏସବୁ ଯୋଜନା ଅଟହାସ୍ୟ କରୁଛନ୍ତି ଗ୍ରାମବାସୀମାନଙ୍କୁ । ନାଁ କୂଅରେ ପାଣି ଆଛି ନାଁ ନଳକୂପ ଚାଲୁଛି ନାଁ ସୋଲାର ଜଳ ପ୍ରକଳ୍ପରୁ ପାଣି ବାହାରୁଛି । ସମସ୍ତଙ୍କର ଶୋଷ ମେଣ୍ଟାଉଛି ଏକମାତ୍ର ଚୂଆର ଦୁଷିତ ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଯମୁନାକୋଟ ପଞ୍ଚାୟତ ଟାଙ୍ଗିରିଆ ଗ୍ରାମରେ । ଏହି ଗ୍ରାମରେ ବାସ କରନ୍ତି ୪୦ରୁ ଅଧିକ ପରିବାର । ଆଜକୁ ୭୦ବର୍ଷରୁ ଅଧିକ ହେଲାଣି ଏମାନେ ଏହି ଜଙ୍ଗଲରେ ବସବାସ କରୁଛନ୍ତି । ଗ୍ରାମବାସୀଙ୍କ ଉଦ୍ୟମରେ ଗ୍ରାମରେ ଖୋଳାଯାଇଥିଲା କୂଅଟିଏ। କିନ୍ତୁ ଜଳସ୍ତର କମିଯିବାରୁ ତାହା ଏବେ ଶୁଖିଲା ପଡିଛି । ପ୍ରଶାସନକୁ ଅଭିଯୋଗ ପରେ ଗ୍ରାମକୁ ଯୋଗାଇ ଦିଆଯାଇଥିଲା ଗୋଟିଏ ନଳକୂପ ।

କିନ୍ତୁ ନଳକୂପ ପାଣି ପାନୀୟ ଉପଯୋଗୀ ହେଲାନି। ପୁଣି ଦେଖାଦେଲା ଜଳ କଷ୍ଟ । ଫଳରେ ପୂନର୍ବାର ପ୍ରଶାସନ ଗ୍ରାମରେ ନିର୍ମାଣ କଲା ସୋଲାର ଜଳ ପ୍ରକଳ୍ପ । କିନ୍ତୁ ତାହା ଆଜକୁ ଦୁଇ ବର୍ଷ ହେବ ବନ୍ଦ ପଡିଛି । ପ୍ରଶାସନକୁ ଅଭିଯୋଗ କରିବା ପରେ ଗ୍ରାମ ନିକଟରେ ଥିବା ରେଲଓ୍ବେ କ୍ୟାମ୍ପର ବୋରଓ୍ବେଲରୁ ଯୋଗାଇ ଦିଆଯାଉଛି ବ୍ୟବହାର ଉପଯୋଗୀ ପାଣି । ଯେଉଁ ପାଣିକୁ ସ୍ନାନ ଶୌଚ ଏବଂ ଗୃହପାଳିତ ପଶୁମାନଙ୍କ ପାଇଁ ବ୍ୟବହାର କରାଯାଉଛି।

ଖାଇବା ପିଇବା କାର୍ୟ୍ୟ ପାଇଁ ଯେଉଁ ସୋଲାର ପାଣି ପ୍ରକଳ୍ପ ନିର୍ମାଣ ହୋଇଛି,ତାହା ଏବେ ବନ୍ଦ ପଡିଛି । ତେଣୁ ବାଧ୍ୟ ହୋଇ ଗ୍ରାମଠାରୁ ଦେଢ କିମି ଘଞ୍ଚ ଜଙ୍ଗଲ ପାରହୋଇ ଚୂଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଏକ ନୂତନ କୂଅର ନିର୍ମାଣ ପାଇଁ ପ୍ରଶାସନ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଅବହେଳାରୁ କୂଅ ନିର୍ମାଣ କାର୍ଯ୍ୟ ଅଧାପାନ୍ତରିଆ ହୋଇ ପଡିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ