Masthead

ଜର୍ମାନୀରୁ ଆସିବ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ସ୍ଥିତି । ସେପଟେ ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନ ଯୋଗେ ଏହି ମୋବାଇଲ ପ୍ଲାଣ୍ଟଗୁଡିକୁ ଅଣାଯିବ। ଏହି ପ୍ଲାଣ୍ଟକୁ ସପ୍ତାହକ ମଧ୍ୟରେ ଭାରତ ଅଣାଯିବ । ସେଥିପାଇଁ ଭାରତୀୟ ବାୟୁସେନା ପରିବହନ ପାଇଁ ବିମାନ ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ପ୍ରତ୍ୟେକ ପ୍ଲାଣ୍ଟ ମିନିଟକୁ ୪୦ ଲିଟର ବା ଘଣ୍ଟାକୁ ୨୪୦୦ ତରଳ ଅକ୍ସିଜେନ ଉତ୍ପାଦନ କରିପାରିବ। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ମୋବାଇଲ ପ୍ଲାଣ୍ଟଗୁଡିକ ଅଣାଯାଇ ତାହାକୁ ଦେଶର ବିଭିନ୍ନ ଭାଗରେ କୋଭିଡ ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ହସ୍ପିଟାଲ ଗୁଡିକରେ ରଖାଯିବ। ଏହାଦ୍ୱାରା ଅକ୍ସିଜେନ ଅଭାବ ଜନିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେହିପରି ଅନ୍ୟ ଏକ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଶସ୍ତ୍ର ବାହିନୀ ମେଡିକାଲ ସେବାରେ ଥିବା ୨୩୮ ଜଣ ସର୍ଟ ସର୍ଭିସ କମିଶନ୍ଡ ଡାକ୍ତରଙ୍କ ଚାକିରୀ କାଳ ଆଗାମୀ ଡିସେମ୍ବର ୩୧ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବ ସମସ୍ୟାକୁ କିଛି ଅଂଶରେ ଦୂର କରାଯାଇପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର