Before Header

ପୋଖରୀରୁ କଙ୍କାଳ ଉଦ୍ଧାର

0 313

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ସଦରଥାନା ଅଷ୍ଟପ୍ରହରାଜପୁର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଗୁରୁବାର ସକାଳେ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିମ୍ବା ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.