Masthead

ବିଧାୟିକା ବନ୍ଧା ହେବେ କେବେ ?

ଅତାବିରା(ବଡ଼ ଖବର ବ୍ୟୁରୋ): ନେତାଙ୍କ ପାଇଁ ନାହିଁ କୋଭିଡ ନିୟମ । ନିୟମ ମାନିଲେନି ବୋଲି ସାଧୁଙ୍କୁ ଜେଲରେ ପୁରାଇଦେଲେ । ନେତାଙ୍କୁ କିନ୍ତୁ ସାତଖୁନ ମାଫ । କୋଭିଡ଼ ନିୟମ ମାନିଲେନି ବିଧାୟିକା । ସେ ପୁଣି ଶାସକ ଦଳର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଅତାବିରା ବିଧାୟିକା ତଥା ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ମହାମାରୀ କରୋନା ପାଇଁ ସାରା ରାଜ୍ୟ ଓ ଦେଶ କଲବଲ ହେଉଥିବା ବେଳେ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସରକାର ଅନୁରୋଧ କରୁଛନ୍ତି । ହେଲେ ବିଧାୟିକା ହଜାର ହଜାର ସମସର୍ଥକଙ୍କ ସହ ଭେଡ଼େନ ବ୍ଲକ ଥୁଆପାଲିଠାରେ ଶନିବାର ୫ ଲକ୍ଷ ଟଙ୍କାର ସୋଲାର ପାନୀୟଜଳ ପ୍ରକଳ୍ପ, ହାତୀପାଲିଠାରେ ୫ ଲକ୍ଷ ଟଙ୍କାର ସୋଲାର ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ସହ ରେଶମ କେନାଲ ରାସ୍ଥାର ଉନ୍ନତିକରଣ ପାଇଁ ଭୁମିପୂଜା କରି କୋଭିଡ଼ ଗାଇଡ଼ଲାଇନଙ୍କୁ ଭଙ୍ଗ କରିଛନ୍ତି । ଏହି ରାଲିରେ କାହା ମୁହଁରେ ମାସ୍କ ନଥିଲା କି କେହି ମାନୁନଥିଲେ ସାମଜିକ ଦୂରତା । ଜନସାଧାରଣ ମାସ୍କ ନ ପିନ୍ଧିଲେ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ଏଭଳି ସମାଗମରେ ପୋଲିସ ଉପସ୍ଥିତ ରହି ମଧ୍ୟ କେବଳ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା ।

ଏହାସହିତ ଏହି କାର୍ଯ୍ୟକ୍ରମରେ ଭେଡେନ ବିଡ଼ିଓ, ତହସିଲଦାର ଓ ଥାନାଧିକାରୀ ଉପସ୍ଥିତ ଥିଲେ ମଧ୍ୟ ବିଧାୟିକାଙ୍କ କୋଭିଡ଼ ଗାଇଡ଼ଲାଇନ ପାଳନ କରିବାକୁ କାହିଁକି ଅନୁରୋଧ କଲେ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ବିଧାୟିକାଙ୍କୁ ବ୍ଲକ ପ୍ରଶାସନର ଏତେ ଡର କାହିଁକି? ଜନସାଧାରଙ୍କ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ବିଧାୟିକାଙ୍କ ପାଇଁ ଅନ୍ୟ ଗୋଟିଏ ନିୟମ କାହିଁକି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ