Masthead

୧୮ ବର୍ଷରୁ ଅଧିକ ହୋଇଥିଲେ ପଢନ୍ତୁ, କେମିତି ନେବେ ଟିକା

Learn how to get the vaccine if you are over 18 years old

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ମେ’ ପହିଲାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ୟ୍ୟାୟ ଟିକାକରଣ । ଏହି ପର୍ୟ୍ୟାୟରେ ୧୮ରୁ ୪୫ ବର୍ଷ ବଧ୍ୟରେ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ମେ’ ୧ରୁ ଆଣ୍ଟି କୋଭିଡ ଟିକା ପାଇବାକୁ ଯୋଗ୍ୟ ୧୮-୪୫ ବୟସ ବର୍ଗର ବ୍ୟକ୍ତିମାନେ ବାଧ୍ୟତାମୂଳକ ଭାବେ କୋ-ୱିନ ପ୍ଲାଟଫର୍ମରେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ସେହିପରି ଘରୋଇ ଡାକ୍ତରଖାନା, ଶିଳ୍ପ ପ୍ରତିଷ୍ଠାନ, ଶିଳ୍ପସଂଘ ଦ୍ୱାରା ପରିଚାଳିତ ଡାକ୍ତରଖାନାଗୁଡିକ କୋଭିଡ ଟିକାକରଣ କେନ୍ଦ୍ର ପାଇଁ ପଞ୍ଜୀକରଣ କରିବେ । ଟିକା କ୍ରୟ କରିଥିବା ଡାକ୍ତରଖାନାଗୁଡିକର ସଂଖ୍ୟା ଏବଂ କୋ-ୱିନ ପ୍ଲାଟଫର୍ମରେ ସେମାନେ ଘୋଷଣା କରିଥିବା ଷ୍ଟକ ଓ ଦର ଅନୁଧ୍ୟାନ କରାଯିବ । ପର୍ୟ୍ୟାୟକ୍ରମେ ଯୋଗ୍ୟ ଜନସାଧାରଣଙ୍କ ଟିକାକରଣ ନିମନ୍ତେ କୋ-ୱିନ ସ୍ଲଟରେ ଟିକାକରଣ ସ୍ଥାନ ଓ ସମୟ ପ୍ରଦର୍ଶିତ କରାଯିବ ।

ତେବେ ରାଜ୍ୟଗୁଡିକ ପ୍ରାଥମିକତା ଭିତ୍ତିରେ ଟିକା କିଣିପାରିବେ । ଟିକାକରଣ, ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ, ଟିକା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ତାଲିମ ଏବଂ ଟିକା ଷ୍ଟକ ସମ୍ବନ୍ଧୀୟ ତଥ୍ୟ ଦେବାକୁ ହେବ । ଟିକାକରଣ କେନ୍ଦ୍ରରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ସହିତ ସମନ୍ୱୟ ରଖିବାକୁ କହିଛନ୍ତି କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼