Masthead

ସଞ୍ଜୀବନି ବଦଳରେ ମିଳୁଛି ସାଲାଇନ

ଗାଜିଆବାଦ (ବଡ଼ ଖବର ବ୍ୟୁରୋ): କାୟା ମେଲାଇ ଚାଲିଛି କରୋନା । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏଭଳି ସ୍ଥିତିରେ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିଥିବା ରେମଡେସିଭିର ଇଞ୍ଜେକ୍ସନର ନକଲି କାରବାର ବଢିବାରେ ଲାଗିଛି । ରେମଡେସିଭିର ଇଞ୍ଜେକସନ ବଦଳରେ ରହିଛି ସାଲାଇନ ପାଣି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସୁଭାର୍ତି ମେଡିକାଲ କଲେଜରେ । ଏହି ଚୋରି ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି । ଗାଜିଆବାଦର ଶୋଭିତ ଜୈନ ନାମକ ଯୁବକକୁ ସୁଭାର୍ତି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ଶୋଭିତଙ୍କୁ ଦେଇଥିଲେ ରେମଡେସିଭିର ଇଞ୍ଜେକସନ । ମାତ୍ର ଇଞ୍ଜେକସନ ବଦଳରେ ଶୋଭିତଙ୍କୁ ଡିସଟିଲ ୱାଟର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଦୁଇ ୱାର୍ଡ କର୍ମଚାରୀ ଅସ୍ୱିକାର କରିଥିଲେ । ଏହି ମାମଲାର ଖୋଳତାଡ କରିବା ପରେ ଜଣା ପଡିଥିଲା କି କର୍ମଚାରୀମାନେ ରେମଡେସିଭିର ଇଞ୍ଜେକ୍ସନକୁ ୨୫ ହଜାର ଟଙ୍କାରେ ବିକ୍ରୀ କରାଯାଉଥିବା ନେଇ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ହସ୍ପିଟାଲ ଟ୍ରଷ୍ଟି ଅତୁଲ ଭଟ୍ଟନାଗର ଓ ତାଙ୍କ ପୁଅ ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ