Masthead

ସୈତାନ ସାଜିଲା ଦାଦା

କେନ୍ଦ୍ରାପଡା(ବଡ ଖବର ବ୍ୟୁରୋ): ବାପା,ମା ଛେଉଣ୍ଡ ଜନୈକା ୧୨ ବର୍ଷିୟା ନାବାଳିକା ଝିଆରୀ ସହିତ ଜୋର୍ ଜବରଦସ୍ତ ଲଗାତର ଦୁଷ୍କର୍ମ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପୁଲିସ ଆଜି ଅଭିଯୁକ୍ତ ଦାଦାକୁ ଗିରଫ କରିଛି।ଅଭିଯୋଗ ଅନୁଯାଇ ଆଳିଥାନା ଅଞ୍ଚଳର ୧୨ ବର୍ଷର ନାବାଳିକାର ମାଆ ବର୍ଷେ ତଳେ ମୃତ୍ୟୁ ବରଣ କରିଛି।ମାନସିକ ଭାରସାମ୍ୟ ହରାଇଥିବା ବାପା ଘରଛାଡି କେଉଁଆଡେ ଚାଲିଯାଇଛି।

ନାବାଳିକା ନିଜ ଦାଦାଙ୍କ ପାଖରେ ରହୁଥିଲା।ଏହି ସୁଯୋଗରେ ଦାଦା ବାସୁଦେବ ସିଂହ ନାବାଳିକା ସହିତ ଜବରଦସ୍ତି ଯୌନ ସମ୍ପର୍କ ରଖି ତା ସହିତ ଲଗାତର ଦୁଷ୍କର୍ମ କରୁଥିଲେ ବୋଲି ନାବାଳିକାର ମାମୁଁ ରାଜନଗର ଥାନା ବେଲପାଳ ଗ୍ରାମ ନିବାସୀ ଧନୁର୍ଜୟ ସ୍ବାଇଁ ଆଳିଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ପାଇବା ପରେ ଆଳିଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ଅଭିଯୁକ୍ତ ବାସୁଦେବ ସିଂହକୁ ରାଜନଗରରୁ ଗିରଫ କରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ