ସୈତାନ ସାଜିଲା ଦାଦା

କେନ୍ଦ୍ରାପଡା(ବଡ ଖବର ବ୍ୟୁରୋ): ବାପା,ମା ଛେଉଣ୍ଡ ଜନୈକା ୧୨ ବର୍ଷିୟା ନାବାଳିକା ଝିଆରୀ ସହିତ ଜୋର୍ ଜବରଦସ୍ତ ଲଗାତର ଦୁଷ୍କର୍ମ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପୁଲିସ ଆଜି ଅଭିଯୁକ୍ତ ଦାଦାକୁ ଗିରଫ କରିଛି।ଅଭିଯୋଗ ଅନୁଯାଇ ଆଳିଥାନା ଅଞ୍ଚଳର ୧୨ ବର୍ଷର ନାବାଳିକାର ମାଆ ବର୍ଷେ ତଳେ ମୃତ୍ୟୁ ବରଣ କରିଛି।ମାନସିକ ଭାରସାମ୍ୟ ହରାଇଥିବା ବାପା ଘରଛାଡି କେଉଁଆଡେ ଚାଲିଯାଇଛି।

ନାବାଳିକା ନିଜ ଦାଦାଙ୍କ ପାଖରେ ରହୁଥିଲା।ଏହି ସୁଯୋଗରେ ଦାଦା ବାସୁଦେବ ସିଂହ ନାବାଳିକା ସହିତ ଜବରଦସ୍ତି ଯୌନ ସମ୍ପର୍କ ରଖି ତା ସହିତ ଲଗାତର ଦୁଷ୍କର୍ମ କରୁଥିଲେ ବୋଲି ନାବାଳିକାର ମାମୁଁ ରାଜନଗର ଥାନା ବେଲପାଳ ଗ୍ରାମ ନିବାସୀ ଧନୁର୍ଜୟ ସ୍ବାଇଁ ଆଳିଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ପାଇବା ପରେ ଆଳିଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ଅଭିଯୁକ୍ତ ବାସୁଦେବ ସିଂହକୁ ରାଜନଗରରୁ ଗିରଫ କରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ