Masthead

ପାକିସ୍ତାନ ଷଡ଼ଯନ୍ତ୍ର: “ଭାଙ୍ଗ ଭାରତୀୟ ନିର୍ମାଣ’’

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବାପରେ ତାଲିବାନ୍‌ ଏବେ ରକ୍ତମୁଖା ହୋଇପଡ଼ିଛି । ଦିନକୁ ଦିନ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି କରାଇବାରେ ଲାଗିଛି । ଏହା ଭିତରେ ଭାରତକୁ କଳେ ବଳେ ଓ କୌଶଳେ ହଇରାଣ କରିବାକୁ ଲାଗିପଡ଼ିଛି ପାକିସ୍ତାନ। ଏଥିପାଇଁ ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନରେ ସାମିଲ ହୋଇଥିବା ପାକିସ୍ତାନ ସେନାକୁ ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ବା ଆଇଏସ୍‌ଆଇ ଏଭଳି ନିର୍ଦ୍ଦେଶ ଦେଇଛି। ଦୁଇ ଦଶନ୍ଧି ଧରି ଭାରତ ଆଫଗାନିସ୍ତାନର ପୁନନିର୍ମାଣରେ ଲାଗିଛି। ଏଥିପାଇଁ ୩ ବିଲିୟନ ଆମେରିକୀୟ ଡଲାର ନିବେଶ କରାଯାଇଛି। ଡେଲାରମ ଓ ଜରାଂଜ ସଲମାନ ବନ୍ଧ ମଧ୍ୟରେ ଥିବା ୨୧୮ କିମି ସଡ଼କ ନିର୍ମାଣ ହେଉ କି ଅଫଗାନ ସଂସଦ ଭବନ ନିର୍ମାଣ ସବୁ ଭାରତ ନିର୍ମାଣ କରିଛି। ତା ସହିତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ସହଯୋଗ ରହିଛି। ସେଠାକାର ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ସହିତ ପାଠ୍ୟ ଭିତ୍ତିଭୂମି ସଜାଡ଼ିବା ଆଦି ଦିଗରେ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି।

ଆଫଗାନିସ୍ତାନରେ ଭାରତ ନିର୍ମାଣ କରିଥିବା ସମ୍ପତ୍ତି ନଷ୍ଟ କରିବାକୁ ତାଲିବାନ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସେନା ଯବାନକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ। ଅଶ୍ରଫ ଗନୀଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ସରକାର ବିରୋଧରେ ତାଲିବାନର ଲଢ଼େଇକୁ ଖୋଲା ସମର୍ଥନ ଦେଉଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନର ୧୦ ହଜାରରୁ ଅଧିକ ଯବାନ ତାଲିବାନରେ ସାମିଲ ହୋଇଛନ୍ତି। ତାଲିବାନ ଓ ପାକିସ୍ତାନ ଯବାନମାନଙ୍କୁ ବିଶେଷକରି ଆଫଗାନିସ୍ତାନରେ ଥିବା ଭାରତୀୟ ନିର୍ମାଣଗୁଡ଼ିକୁ ନଷ୍ଟ କରିବା, ସେଠାରେ ଭାରତୀୟ ସଦଭାବନାର ଚିହ୍ନବର୍ଣ୍ଣ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଭଳି ସ୍ଥିତିରେ ଭାରତ ଆଫଗାନିସ୍ତାନର ବିକାଶ କାର୍ୟ୍ୟ ଜାରି ରଖିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ବଢୁଥିବା ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ରାସ୍ତା କାମରେ ଲାଗିଥିବା ଭାରତୀୟ କର୍ମଜୀବୀମାନଙ୍କୁ ମଧ୍ୟ ସେଠାରୁ ଚାଲିଯିବାକୁ କୁହାଯାଇଛି। ନିକଟରେ କାବୁଲ ସହରରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଶାହତୁତ ବନ୍ଧ ସହିତ ପାଖାପାଖି ୩୫୦ ଆମେରିକୀୟ ଡଲାର ପୁଞ୍ଜି ନିବେଶର ଘୋଷଣା କରିଥିଲା ଭାରତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି