Masthead

ହାତୀ ଦେଖିବା ହେଲା କାଳ

ଗଞ୍ଜାମ (ବଡ ଖବର ବ୍ୟୁରୋ): ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦିଗପହଣ୍ଡି ରେଞ୍ଜ ଚିକିଟି ରାମଚନ୍ଦପୁର ପଞ୍ଚାୟତ ଚାନ୍ଦପୁରରେ ଘଟିଛି ଘଟଣା । ଖବର ଅନୁଯାୟୀ, ଚିକିଟି ପତାତଳି-ସୋନପୁର ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ୧୪ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ରବିବାର ବିଳମ୍ବିତ ରାତିରେ ବୃନ୍ଦାବନ ବିନ୍ଧାଣୀ ଓ ବାବୁନି ବିନ୍ଧାଣୀ ନାମକ ୨ଜଣ ବ୍ୟକ୍ତି ହାତୀ ଦେଖିବା ପାଇଁ ଯାଇଥିଲେ ।

ହେଲେ ସେଠାରେ ହାତୀଙ୍କୁ ଦେଖିବା ହୋଇଯାଇଛି କାଳ । ହାତୀ ଆକ୍ରମଣରେ ବୃନ୍ଦାବନ ବିନ୍ଧାଣିଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁନି ବିନ୍ଧାଣି ଗୁରୁତର ହୋଇଛନ୍ତି । ବାବୁନିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ