Masthead

ଭଙ୍ଗା କୁଡିଆରେ ବିତୁଛି ଜୀବନ

ଯାଜପୁର (ବଡ ଖବର ବ୍ୟୁରୋ): ମଣିଷ ଜୀବନରେ ଦୁଃଖ ଏମିତି ଆସେ ଯାହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଂଚାୟତର ଅଲିଆବାଦ ଗ୍ରାମରେ । ପ୍ରକାଶ ଥାଉକି ଉକ୍ତ ଗ୍ରାମର କୈଳାସ ଚନ୍ଦ୍ର ପ୍ରଧାନ ବୟସ ୫୫ ବର୍ଷ, ୬ ଜଣ ପରିବାରକୁ ନେଇ ତାଙ୍କ ଗରିବ ସଂସାର | ପରିବାର ମୁହଁରେ ଟିକେ ହସ ପେଟକୁ ଗଣ୍ଡେ ଦାନା ଦେବା ପାଇଁ କୈଳାସ ଚେଷ୍ଟିତ | ଡହ ଡହ ଖରା ସାଙ୍ଗକୁ ବର୍ଷାକୁ ଖକ୍ଷତିରନ କରି ସବୁଦିନ ବିଲରେ ଖଟି କିଛି ଅର୍ଥ ଉପାର୍ଜନ କରନ୍ତି କୈଳାସ, ସବୁଠାରୁ ଦୁଃଖ ଓ ପରିତାପର ବିଷୟ କୈଳାସ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ |

ଯାହା ଥିଲା ତାହା କେଉଁ କାଳରୁ ଭାଙ୍ଗି ପଡ଼ିଛି। ଏହି ୬ ଜଣ ପରିବାରକୁ ନେଇ ଏହି ଭଙ୍ଗା ମାଟିଘରେ ଛିଣ୍ଡାପାଲ ପକାଇ ବସବାସ କରୁଛନ୍ତି କୈଳାସ | ବିଲରୁ ଖଟି ଯାହା ଆଣନ୍ତି ପେଟକୁ ନିଅଣ୍ଟ ହୋଇଥାଏ | ଘରେ ପୁଣି ୮୦ ବର୍ଷର ରୋଗୀଣା ମା ବିଛଣାରେ ପଡିରହିଛି | ସେପଟେ କୈଳାଶଙ୍କ ପତ୍ନୀ ଦୌପ୍ରଦିଙ୍କୁ ଚର୍ମ ରୋଗ ଓ କୈଳାସ ମଧ୍ୟ ପେଟ ରୋଗରେ ପୀଡିତ | ଏଭଳି ପରିସ୍ଥିତିରେ ଭଙ୍ଗା ଘରକୁ ସଜାଡ଼ିବା କଥା ଦୂରରେ ନିଜ ଦେହ ପାଇଁ ଔଷଧ କିଣିବା ପାଇଁ ଅର୍ଥ ନାହିଁ । ଏପରି ଦୟନୀୟ ଅବସ୍ଥାରେ ଭଙ୍ଗାଘର ତଳେ ଦିନ କାଟୁଥିବା କୈଳାସଙ୍କ ଉପରେ ପଡୁନି କାହାରି ନଜର |

୪ ଦିନ ତଳେ ପ୍ରବଳ ବର୍ଷା ହେବାରୁ ଭଙ୍ଗା ଘର ଖଣ୍ଡିକ ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡି ଯାଇଥିଲା | ଏବେ କୈଳାସଙ୍କ ପରିବାର ବାସ ହରା ହୋଇ ପରଦୁଆରେ ମୁଣ୍ଡ ଗୁଞ୍ଜିଛି | ଏଭଳି ସ୍ଥିତିରେ କୈଳାସ ସ୍ଥାନୀୟ ସରପଞ୍ଚଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ ସରପଞ୍ଚ ସରକାରି ସହାୟତା ଆସିଲେ ସାହଯ୍ୟ କରିବେ କହି ନିରବ ବସିଗଲେ। ପରେ ବରୀ ବିଡ଼ିଓ, ବରୀ ତହସିଲଦାର, ଓ ବରୀ ବ୍ଲକ ଅଧକ୍ଷାଙ୍କୁ ଭେଟି ଲିଖିତ ନିବେଦନ କରିଥିଲେ ବି କେହି ତାଙ୍କ ଦୁଃଖ ଶୁଣି ନାହାନ୍ତି |

 ଏମିତିକି ଗତ ବନ୍ୟାରେ ହଜାର ହଜାର ପାଲ ବଡ଼ବଡିଆଙ୍କୁ ମିଳିଲା ହେଲେ ପ୍ରଶାସନ ପାଲ ଖଣ୍ଡିଏ ମଧ୍ୟ କୈଳାସଙ୍କୁ ଦେଇ ନଥିଲେ | ଏଠାରେ ପ୍ରଶ୍ନ ଉଠେ ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି ହେଲେ ଏହି ଯୋଜନା କାହା ପାଇଁ ଗରିବ ଲୋକମାନଙ୍କ ପାଇଁ ନା ଧନୀଙ୍କ ପାଇଁ  | ତେବେ ବାକି ରହିଲା ଦେଖିବାକୁ କୈଳାସଙ୍କୁ ସରକାରୀ ସହାୟତା କେବେ ମିଳୁଛି |

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼