Before Header

ସିଇସି ସୁପରସ୍ପ୍ରେଡର

0 36

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନର ପରିସ୍ଥିତି ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇପାରେ ବୋଲି ଟିପଣୀ ଦେବା ପରେ ସମଗ୍ର ଦେଶରେ ଝଡ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଉଦବେଗର କାରଣ ହୋଇଛି । ଭାରତରେ ଗତବର୍ଷ ଠାରୁ ଚଳିତ ବର୍ଷ ସ୍ଥିତି ଅସମ୍ଭାଳ ରହିଛି । ପ୍ରତି ମିନିଟରେ ୨୪୩ ଜଣ ସଂକ୍ରମିତ ହେଉଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟୁଛି । ଭାରତରେ ଗତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସେପ୍ଟେମ୍ବର ମାସରେ ଶୀର୍ଷରେ ପହଂଚିଥିଲା । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୯୭ ହଜାର । ପରେ ସଂକ୍ରମଣ ହ୍ରାସ ପାଇ ଫେବୃଆରୀରେ ୮ ହଜାର ୬୦୦କୁ ଖସି ଆସିଥିଲା ।

କିନ୍ତୁ ମାର୍ଚ୍ଚ ଶେଷରେ ପୁଣି ହୁ ହୁ ହୋଇ ବଢି ଚାଲିଲା ସଂକ୍ରଣଙ୍କ ସଂଖ୍ୟା । ୫ ଏପ୍ରିଲରେ ଏହା ଏକ ଲକ୍ଷ ଛୁଇଁବା ପରେ ଆଉ ଖସିବାର ନା ଧରୁନି । ଅନ୍ୟପକ୍ଷରେ ୨୫ ତାରିଖ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ପହଂଚିଛି । ସେପଟେ ଦେଶରେ ସଂକ୍ରମଣ ଏବେ ଅତି ଜଟିଳ ପରିସ୍ଥିତିରେ ପହଂଚିଲାଣି । ଗତ ୪ ଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଥିବା ବେଳେ ଲଗାତାର ୧୯ ଦିନ ଧରି ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି । ସଂକ୍ରମଣ ଦିନକୁ ଦିନ ଆଣାୟତ ହୋଇଚାଲିଥିବାରୁ ଆଇସିୟୁରେ ବେଡ ଏବଂ ଅକ୍ସିଜେନ ସମସ୍ୟା ମଧ୍ୟ ଜଟିଳ ହୋଇପଡିଛି । ଏକ ମାମଲାର ବିଚାର କରି ମାଡ୍ରାସ ହାଇକୋର୍ଟ ଦେଶର ଚିପ୍ ଇଲେକସନ୍ କମିଶନରଙ୍କ ଉପରେ ବର୍ଷିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ କହିଛନ୍ତି, କରୋନାର ଦ୍ୱିତୀୟ ଲହରରେ ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେବା ଓ ମୁତ୍ୟୁମୁଖରେ ପଡିବା ପଛରେ ସିଇସି ମୁଖ୍ୟତଃ ଦାୟୀ ।

ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇପାରିବ । କରୋନା କାଳରେ ସେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଦୁଚେରିରେ ବିଧାନସଭା ନିର୍ବାଚନ ପାଇଁ ସିଇସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା, ଲୋକସଭା ନିର୍ବାଚନ ହୋଇଛି । ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଛି । କିନ୍ତୁ ପଶ୍ଚିମବଙ୍ଗରେ ୮ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ଅନୁମତି ଦେଇ ସିଇସି କରୋନା ବ୍ୟାପିବା ପାଇଁ ରାସ୍ତା ପରିଷ୍କାର କରିଦେଇଛନ୍ତି ।

ବିଭିନ୍ନ ରାଜନୈତିକ ଦଳ କରୋନା କଟକଣାକୁ ମାନିଲେ ନାହିଁ । ପ୍ରାର୍ଥିପତ୍ର ଦାଖଲ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ମନ୍ତ୍ରୀ ଓ ନେତାମାନେ ହଜାର ହଜାର ଲୋକଙ୍କୁ ଏକାଠି କରିଥିଲେ । କୁମ୍ଭମେଳା ଭଳି କେନ୍ଦ୍ର ସରକାର ଧାର୍ମିକ ସମାବେଶ ପାଇଁ ଅନୁମତି ଦେଇ ଦେଶକୁ ବିପଦକୁ ଠେଲି ଦେଇଛନ୍ତି ବୋଲି ମାଡ୍ରାସ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ କହିଛନ୍ତି, ଏବେ ନେଡିଗୁଡ଼ କହୁଣୀକୁ ବୋହି ଗଲା ପରେ ମଧ୍ୟ ସିଇସି ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ମତଦାନ ପାଇଁ ଲାଗିପଡିଛନ୍ତି ।

Leave A Reply

Your email address will not be published.