Masthead

ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣ !

ବଡ଼ ଖବର ବ୍ୟୁରୋ।
ଜମ୍ମୁ-କଶ୍ମୀରର ବୁଡଗାମ ଜିଲ୍ଲାରେ ଆଜି ଅଜ୍ଞାତ ଆତଙ୍କବାଦୀମାନେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଦଳ ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ବୁଡଗାମ ଜିଲ୍ଲାର ଚଡୁରା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଆକ୍ରମଣ ପରେ ସିଆରପିଏଫ ଯବାନ ଆହତ ହୋଇଥିଲେ, ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।
ଆକ୍ରମଣ ସହ ଆତଙ୍କବାଦୀମାନେ ଆହତ ଯବାନଙ୍କ ହାତରୁ ରାଇଫଲ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିବାର ଖବର ରହିଛି। ଖବର ଅନୁଯାୟୀ, ସକାଳ ପ୍ରାୟ ୭ଟା ୪୫ମିନିଟ ସମୟରେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ହଠାତ ସିଆରପିଏଫ ୟୁନିଟ୍ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବ ଦେବା ପାଇଁ ସିଆରପିଏଫ ଯବାନ ଗୁଳି ଚଳାଇଥିଲେ। ଦୁଇ ପକ୍ଷ ମଧ୍ୟରେ ଗୁଳିବର୍ଷା ଚାଲୁଥିବା ବେଳେ ଏଏସଆଇ ରାଙ୍କର ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେମାନଙ୍କ ରାଇଫଲ ଛଡ଼ାଇ ନେଇ ସେଠାରୁ ଖସି ପଳାଇଥିଲେ। ଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଏକ ମୋଟରସାଇକେଲରେ ଆସିଥିଲେ। ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ